ଆଜି ଶ୍ରାବଣ ମାସର ତୃତୀୟ ସୋମବାର, ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ

ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ଦେବଦେବ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ଆ ଭକ୍ତ । ଦୂର ଦୂରାନ୍ତରୁ ନଦୀରୁ ଜଳ ଆଣି ଚାଲିଚାଲି ଆସି ମହାଦେବଙ୍କୁ ଅଭିଷେକ କରୁଛନ୍ତି।  ସେହିପରି  ଚଳଚଞ୍ଚଳ ହୋଇଛି  ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ ଓ ଆଠଗଡର ଧବଳେଶ୍ୱର ପୀଠ । ହଜାର ହଜାର ବୋଲବମ୍ ଭକ୍ତ ବର୍ଷାରେ ଭିଜି ମହାଦେବଙ୍କୁ ଜଳଲାଗି କରୁଛନ୍ତି ।

ପାଖାପାଖି ୩୦ହଜାର ରୁ ଉର୍ଦ୍ଧ ଭକ୍ତ ବାବାଙ୍କୁ ଜଳଲାଗି କରୁଛନ୍ତି । ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ବୋଲବମ୍ ହର ହର ବମରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ବୋଲବମ୍ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶ୍ରାବଣ ସୋମବାର ପାଇଁ ଭୋର୍ ୪ଟାରୁ ମନ୍ଦିର ପହୁଡ଼ ଖୋଲା ଯାଇଛି ।