ମିଳିଲା ସୁଭଦ୍ରାଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା, ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଆକାଉଣ୍ଟକୁ ଆସିଲା କିସ୍ତି
ଭୁବନେଶ୍ୱର : ମିଳିଲା ସୁଭଦ୍ରାଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା । ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଆକାଉଣ୍ଟକୁ ଆସିଲା କିସ୍ତି । ସୁନ୍ଦରଗଡ଼ରେ ସୁଭଦ୍ରା ଅର୍ଥ ରାଶି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ବାଦ ପଡ଼ିଥିବା ଆବେଦନକାରୀଙ୍କ ମଧ୍ୟରୁ ୨୫ ପ୍ରତିଶତ ସାମିଲ୍ ହୋଇଛନ୍ତି ।
ଅନ୍ୟମାନଙ୍କ ଯୋଗ୍ୟତାର ଯାଞ୍ଚ ଚାଲିଛି। ଫିଜିକାଲ ଭେରିଫିକେସନ୍ ହେବ। ସେମାନେ ଡିସେମ୍ବରରେ ସୁଭଦ୍ରା ଟଙ୍କା ପାଇବେ। ସେହିପରି ୫ ଲକ୍ଷ ଆବେଦନକାରୀଙ୍କ ଆକାଉଣ୍ଟ ଆଧାର ଲିଙ୍କରେ ସମସ୍ୟା ଅଛି। ଆଧାର, ଆକାଉଣ୍ଟ ଓ ମୋବାଇଲ ନମ୍ବର ସଂଯୋଗ କରାଇବା ପରେ ସେମାନେ ସାମିଲ ହେବେ। ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ଟଙ୍କା ପାଇପାରିବେ । ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ। ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏ ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।