୨୪ରେ ଆସିବ ସୁଭଦ୍ରା ଟଙ୍କା, ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ
ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ଆସିବ ସୁଭଦ୍ରା ଟଙ୍କା । ହିତାଧିକାରୀଙ୍କୁ ଦିଆଯିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା । ସୁନ୍ଦରଗଡରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ । କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀ ମହିଳାଙ୍କୁ ଟଙ୍କା ମିଳିବ । ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯିବ । କିିଛି ହିତାଧିକାରୀଙ୍କ ଡକ୍ୟୁମେଣ୍ଟରେ ସମସ୍ୟା ଥିବାରୁ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବା ବିଳମ୍ବ ହୋଇଥିଲା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି ।
ଏବେ ସୁଦ୍ଧା ସୁଭଦ୍ରା ଯୋଜନାରେ କୋଟିଏ ୨ ହଜାର ଆବେଦନ ହୋଇଥିଲା ବେଳେ ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ସାରିଲାଣି । ଏଇ ମାସ ଶେଷ ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଏବଂ ଡିସେମ୍ବର ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟରେ ମୋଟ୍ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବଡ଼ କଥା ହେଲା ତୃତୀୟ ପର୍ଯ୍ୟାୟରେ ବାଦ୍ ପଡ଼ିଥିବା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ସାମିଲ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଭାତୀ । ହେଲେ ଏବେବି ଯୋଜନା ଆରମ୍ଭରୁ ଆବେଦନ କରି ଦୁଇଟି ଯାକ ପର୍ଯ୍ୟାୟରେ ସାମିଲ ହୋଇ ନଥିବାରୁ ତୃତୀୟ ପର୍ଯ୍ୟାୟକୁ ନେଇ ଆଶା ଆଶଙ୍କାରେ ଅନେକ ଆବେଦନକାରୀ ।