ଗ୍ରାମାଞ୍ଚଳରେ ପ୍ରଥମଥର, ନାବାଳକ ବାଇକ୍‌ ଚାଳକକୁ ଲାଗିଲା ୩୦ ହଜାର ଟଙ୍କାର ଫାଇନ୍‌

ଟାଙ୍ଗୀ (କେନ୍ୟୁଜ୍‌) : ତାଗିଦ ପରେ ଏବେ କାର୍ଯ୍ୟାନୁଷ୍ଠାନ । ଗାଡ଼ି ମଟର ଯାଞ୍ଚ ବେଳେ ଜଣେ ନାବାଳକ ବାଇକ୍‌ ଚାଳକକୁ ଲାଗିଛି ୩୦ ହଜାର ଟଙ୍କାର ଫାଇନ୍‌ । ଖୋର୍ଦ୍ଧା ଜିଲ୍ଲା ଅଧୀନ କୁହୁଡି ଫାଣ୍ଡି ପୋଲିସ୍ ଓ ଭୁବନେଶ୍ୱର ଏମଭିଆଇ ମିଳିତ ଯାଞ୍ଚ ବେଳେ ଏହି ଘଟଣା ଘଟିଛି । ଯାଞ୍ଚ ଅଧିକାରୀଙ୍କ କବଜାରେ ଧରା ପଡିଥିଲା ଜଣେ ନାବାଳକ ବାଇକ୍ ଚାଳକ ଜଣକ l ତେଣୁ ତାକୁ ତାଗିଦ କରାଯିବା ସହ ୩୦ ହଜାର ଟଙ୍କାର ଫାଇନ୍‌ କଟାଯାଇଛି ।

ଏହି ଅଞ୍ଚଳରେ ପ୍ରଥମ ଥର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଏମଭିଆଇ ଭୁବନେଶ୍ୱର ଓ କୁହୁଡି ଫାଣ୍ଡି ପୋଲିସ ମିଳିତ ଭାବେ ଗାଡି ମୋଟର ଯାଞ୍ଚ ଚଳାଇଛନ୍ତି । ଏହି ସମୟରେ ସେମାନଙ୍କ ହାବୁଡ଼ରେ ପଡ଼ିଥିଲା ଜଣେ ୧୫ ବର୍ଷର ନାବାଳକ । ଏକ ଗ୍ଳାମର ମଟର ସାଇକେଲ ସେ ଚଳାଉଥିଲା । ତେଣୁ ତାକୁ ଅର୍ଥଦଣ୍ଡ ଦିଆଯିବା ସହ ତାର ବାପା ମା’ଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି ।

ଏ ସମ୍ପର୍କରେ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ସୂଚନା ଦେଇଛନ୍ତି l ମୋଟର ଯାନ ଅଧିନିୟମ ଧାରା ୧୮୦ ଅନୁଯାୟୀ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବାରୁ ୫ ହଜାର ଟଙ୍କା ଏବଂ ଧାରା ୧୯୯ କ(୨) ଅନୁଯାୟୀ ଗାଡ଼ି ଚାଳକ ନାବାଳକ ହୋଇଥିବାରୁ ୨୫ ହଜାର ଟଙ୍କା ଫାଇନ ପଡ଼ିଛି ଗାଡ଼ି ମାଲିକଙ୍କୁ l ଏହି ଖବରକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଆଗାମୀ ଦିନରେ ଏହି ଯାଞ୍ଚ ପ୍ରକ୍ରିୟା ଗ୍ରାମାଞ୍ଚଳରେ ଜାରି ରଖିବାକୁ ଯାଞ୍ଚ ଅଧିକାରୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.