ଆସନ୍ତା ୨୫ରୁ ବିଧାନସଭାର ବଜେଟ ଅଧିବେଶନ, ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ଯାଏ ଚାଲିବ

ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଜୁନ ୨୫ରୁ ଆରମ୍ଭ ହେବ। ଅଗଷ୍ଟ ୮ ତାରିଖ ଯାଏ ଚାଲିବ ଅଧିବେଶନ। ୨୫ରେ ରାଜ୍ୟପାଳଙ୍କ ଅଭିଭାଷଣ ଦେବେ । ୨୭ରେ ଉପ-ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଜୁନ୍ ୨୮ରେ ଆସିବ ରାଜ୍ୟ ବଜେଟ୍ । ଦୁଇଟି ପର୍ୟ୍ୟାୟରେ ଅଧିବେସନ ବସିବ। ପ୍ରଥମ ପର୍ଯ୍ୟାୟ ଜୁନ୍ ୨୫ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାମଧ୍ୟରେ ଜୁନ୍ ୨୮ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଜୁଲାଇ ୧୨ ତାରିଖରୁ ଆରମ୍ଭ ହେବ। ଅଗଷ୍ଟ ୮ ତାରିଖ ଯାଏ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି ।