ଶ୍ରୀ ଜୀଉଙ୍କ ଅଙ୍ଗଲାଗି ବସ୍ତ୍ର ତିଆରିର ସୌଭାଗ୍ୟ ପାଇଛନ୍ତି ଏହି ପରିବାର

ଆଠଗଡ଼(କେ ନ୍ୟୁଜ): ଶ୍ରୀ ଜୀୟୁଙ୍କ ସ୍ନାନଯାତ୍ରା ହେଉ ଅବା ଘୋଷଯାତ୍ରା । ନିଳାଦ୍ରୀ ବିଜେ ହେଉ ଅବା ଅନବସର । ଏସବୁ ନୀତିକାନ୍ତି ପାଇଁ ଦରକାର ପଡେ ଗୀତଗୋବିନ୍ଦ ଲିଖିତ ଖଣ୍ଡୁଆ ବସ୍ତ୍ର । କି ଭାଗ୍ୟ ସେ ଖଣ୍ଡୁଆ ବସ୍ତ୍ରର | ପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗିବାର ସୌଭାଗ୍ୟ ପାଉଛି | ଯାହା ପାଇଁ ରୁଷି ମୁନି ବର୍ଷ ବର୍ଷ ଯୁଗ ଯୁଗ ତପସ୍ୟା କରିଥାନ୍ତି । ତା ଠୁ ବେଶୀ ସୌଭାଗ୍ୟ ଏହି ବସ୍ତ୍ର ଗୁଡିକୁ ନିଜ ହାତରେ ଯିଏ ବୁଣୁଛି । ଆସନ୍ତୁ ସେନେଇ ପ୍ରସ୍ତୁତ ହୋଇଛି ଆମର ଏକ ରିପୋର୍ଟ । ଶ୍ରୀ ଜିୟୁଙ୍କ ଏସବୁ ବସ୍ତ୍ରକୁ ବାନ୍ଧରେ ବୁଣୀଥାନ୍ତି କଟକ ଜିଲ୍ଲା ଆଠଗଡ ନୂଆପାଟଣା ଗାଁର କିଛି ପରିବାର । କରୋନା ଭଗବାନଙ୍କ କାମ ଉପରେବି ପକାଇ ପାରିନି କୌଣସି ପ୍ରଭାବ, ଏବେ ସ୍ନାନ ପାଇଁ ଖଣ୍ଡୁଆ ପୁରୀରେ ପହଞ୍ଚି ଥିବାବେଳେ ଗୁଣ୍ଡିଚା ପାଇଁ ପ୍ରସ୍ତୁତି ଚାଲିଛି । ଯାହାକୁ ପେଶା ନୁହଁ ସେବା ରୂପେ ଗ୍ରହଣ କରିଥାନ୍ତି ନୂଆପାଟଣାର ତ୍ରିଲୋଚନ ଦାସଙ୍କ ପୁରା ପରିବାର।

athagara

ତନ୍ତରେ ବୁଣିବାରେ ଲାଗିଛନ୍ତି ସମସ୍ତ ପରିବାର ସଦସ୍ୟ। ଏମାନଙ୍କ ଘରେ ପଶିଲେ ଆପଣ ଦେଖିପାରିବେ ଏଠି କିଏ ସୂତା ଯୋଖିବାରେ ବ୍ୟସ୍ତ ତ କିଏ ତନ୍ତରେ ବସି ଗୀତଗୋବିନ୍ଦ ଲେଖିବାରେ ବ୍ୟସ୍ତ। ଏମିତି ଏକ ଦୃଶ୍ୟ ଦେଖିପାରିବେ କଟକ ଜିଲ୍ଲା ଆଠଗଡ ନୂଆପାଟଣା ଗାଁର ତ୍ରିଲୋଚନ ଦାସଙ୍କ ପରିବାରରେ । ଚଳିତ ବର୍ଷର ରଥଯାତ୍ରା ହେବାପାଇଁ ଯେତେବେଳେ ସବୁ କଳ୍ପନା ଯଳ୍ପନା ଶେଷ ହେବା ପରେ ଖଣ୍ଡୁଆ ପାଟ ଆରମ୍ଭ କରିଥିଲେ ତ୍ରିଲୋଚନ ଦାସଙ୍କ ପରିବାର । ସବୁଠୁ ବଡ କଥା ହେଉଛି ଏ ସବୁ ବସ୍ତ୍ର ଲାଗିହୁଏ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ। ଆଗକୁ ଆସୁଛି ଘୋଷଯାତ୍ରା । ପ୍ରଭୁଙ୍କ ଅଙ୍ଗରେ ଲାଗିହେବ ଏସବୁ ବସ୍ତ୍ର । ଏହା ପୂର୍ବରୁ ଏସବୁ ବସ୍ତ୍ର ଶ୍ରୀମନ୍ଦିର ପ୍ରଶାସକ ପାଖରେ ପଇଠ କରାଯିବ ସେହି କାର୍ଯ୍ୟ ଶେଷ କରିବା ପାଇଁ ଏବେ ଚଳଚଞ୍ଚଳ ବୁଣାକାର ପୂରା ପରିବାର।

ଅନବସର ନିତୀଠାରୁ ଆରମ୍ଭ କରି ଘୋଷଯାତ୍ରା ପର୍ଯ୍ୟନ୍ତ ପ୍ରଭୁଙ୍କ ଅଙ୍ଗରେ ଲାଗିହୁଏ ଅନେକ ପ୍ରକାର ବସ୍ତ୍ର। ଏହି ବସ୍ତ୍ରରେ ଅନେକ ପ୍ରକାର ଡିଜାଇନରେ ତିଆରି କରିଥିବାବେଳେ ଏଥିରେ ଲୁଚିରହିଥାଏ ଅନେକ ସ୍ବତନ୍ତ୍ରତା | କେଉଁ ବସ୍ତ୍ରରେ ଗୀତଗୋବିନ୍ଦ ଲେଖାଯାଇଥାଏ ତ କେଉଁ ବସ୍ତ୍ରରେ ଲେଖାଯାଇଥାଏ ଅନେକ ପ୍ରକାର ଶ୍ଳୋକ । ଏମାନଙ୍କ ସେବା ଆଗରେ ହାର ମାନିଛି ଅନେକ ବଡ ବଡ ବିପଦ । ଘରର ପିଲା ଠାରୁ ବୁଢ଼ା ଯାଏଁ ଏହି ବସ୍ତ୍ରକୁ ତିଆରି କରିଥାନ୍ତି। ଏହି ବସ୍ତ୍ରକୁ ପିନ୍ଧି ପ୍ରଭୁ ଯେତେବେଳେ ଘୋଷଯାତ୍ରାରେ ଯାନ୍ତି ସେସମୟରେ ଅପୂର୍ବ ଆନନ୍ଦ ଲାଗେ ବୋଲି ପରିବାର ପ୍ରକାଶ କରିଛନ୍ତି |

ଜଗତର ନାଥ ଜଗନ୍ନାଥଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାର ସେବାରେ ଲାଗିଥାନ୍ତି ଅନେକ ସେବକ ପରିବାର। ପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ବସ୍ତ୍ର ବୁଣିବାର ସୌଭାଗ୍ଯ ମୃତ୍ୟୁ ପର୍ଯ୍ୟନ୍ତ ଏମିତି ମିଳୁଥାଉ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଭଗବାନଙ୍କ କାର୍ଯ୍ୟରେ କରୋନା ପରି ଯେତେ ବଡ ବଡ ମହାମାରୀ ଆସିଲେ ବି କିଛି ବି କ୍ଷତି ପହଞ୍ଚାଇ ପାରିବ ନାହିଁ ବୋଲି କହିଛନ୍ତି ବୁଣାକାରଙ୍କ ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.