ଦେଶରେ ପ୍ରସିଦ୍ଧି ହାସଲ କରିଛି ଗଣେଶ ପୂଜାର ଏହି ଆଜ୍ଞା ଲଡ଼ୁ, ଆସନ୍ତା କାଲି ହେବ ନିଲାମ

ତାଳଚେରରେ ଧୁମଧାମରେ ପାଳିତ ହୋଇଯାଇଛି ଗଣେଶ ପୂଜା । ତାଳଚେର ଗଣେଶ ପୂଜା ଯେତିକି ପ୍ରସିଦ୍ଧ ତାଠାରୁ ଅଧିକ ପ୍ରସିଦ୍ଧି ଲାଭ କରିଛି ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ । ଗତ ବର୍ଷ ତାଳଚେର ଗଣେଶ ପୂଜାରେ ୩୦ କ୍ୱିଣ୍ଟାଲ ଓଜନର ଲଡୁ ନିଲାମ କରାଯାଇଥିଲା । ଯାହାର ରେକର୍ଡ ମୂଲ୍ୟ ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ନିଲାମ ହୋଇଥିଲା । ତାଳଚେର ଲାଲ ବାଗ ରାଜା ଅନୁଷ୍ଠାନ ଏହି ଲଡ଼ୁର ନିଲାମୀ ନେଇଥିଲା । ଏତେ ବଡ଼ ଲଡୁ ଆଉ ଏତେ ଟଙ୍କାରେ ନିଲାମ ହୋଇ ସାରା ଦେଶରେ ରେକର୍ଡ଼ ସୃଷ୍ଟି କରିଥିଲା ଏହି ଲଡ଼ୁ। ଚଳିତ ବର୍ଷ ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟି ପୂର୍ବ ବର୍ଷର ରେକର୍ଡ କାଟିବାକୁ ଲକ୍ଷ୍ୟ ରଖିଛି । ଆଉ ଏଥିପାଇଁ ପ୍ରସ୍ତୁତ ହୋଇଛି ୩୫ କ୍ୱିଣ୍ଟାଲ ଓଜନର ଲଡୁ । ବୁଟ ପେଶା ଯାଇ ବେଶନ ତିଆରି ହୋଇ ଲଡୁ ତିଆରି ହୋଇଛି । ଅସଲି ବେସନରେ ୭୫% ଘିଅ ୨୫ % ତେଲ ଦେଇ ତିଆରି ହୋଇଛି ଲଡୁ । ପ୍ରାୟ ୫୦ ଜଣ କାରିଗର ଏହି ଲଡୁ ତିଆରି କରୁଥିବା ବେଳେ କାଜୁ , କିସମିଶ , ପିସ୍ତା ବାଦାମ , କେଶର , ଗୋଲାପ ଜଳ ଆଦି ବ୍ୟବହାର କରାଯାଇଛି । ଏହି ଲଡୁ ତିଆରି ପାଇଁ ୩ ଦିନ ସମଲ ଲାଗିଥିଲା । ଆସନ୍ତା କାଲି ଏହାର ନିଲାମ ଡକାଯିବ ।

ଲଡ଼ୁ ନିଲାମ ହେବା କଥା ଶୁଣି ଦୂର ଦୂରାନ୍ତରରୁ ଲୋକ ଏହି ସ୍ଥାନକୁ ଛୁଟି ଆସିଛନ୍ତି । ଗଣେଷଙ୍କ ଲଡୁର ଚାହିଦା ଦେଖି ଜମୁଛି ଲୋକଙ୍କ ଭିଡ଼ । ତେବେ ଦେଖିବାକୁ ବାକି ରହିଲା ଏ ଲଡୁ କେତେ ଟଙ୍କାରେ ନିଲାମ ହେବ ।

You might also like