ପାଦ ଓ ହାତ ରେ କୌଶଳ ଦେଖାାଇ ବିଶାଳ ଅହିରାଜକୁ କାବୁ କଲେ ଯବାନ,ଭିଡିଓ ସେୟାର କଲେ IFS ଅଫିସର ସୁସାନ୍ତ ନନ୍ଦ

ଆପଣ ଅନେକ ସମୟରେ ଜୀବଜନ୍ତୁ ମାନଙ୍କର ଅନେକ ଭିଡିଓ ଭାଇରାଲ ହେବାର ଦେଖିଥିବେ । କିଛି ଖତରନାକ ଭିଡିଓ ହୋଇଥିବା ବେଳେ ଆଉ କିଛି ଭିଡିଓ ହୋଇଥାଏ ଅଧିକ ଫନି । କିଛି ସମୟରେ ଏହି ଜୀବଜନ୍ତୁ  ଏମିତି କିଛି କରିଦିଅନ୍ତି ଯେ ତାଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଯାଏ । ଆପଣ ଜାଣିଥିବେ ସରିଶୃପ ମଧ୍ୟରୁ ସାପକୁ କିଏ ବା ନଡରେ । କାରଣ ଏମାନେ ବିଶାକ୍ତ ଓ କେତେବେଳେ ବି କାହାକୁ ଆଘାତ କରି ପାରନ୍ତି କିନ୍ତୁ ଆଇଏଫଏସ ସୁସାନନ୍ଦ ଯେଉଁ ଭିଡିଓଟିକୁ ଟ୍ଵିଟରରେ ସେୟାର କରିଛନ୍ତି ଏହାକୁ ଦେଖି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ଲେଖିଛନ୍ତି ସ୍ମାର୍ଟ ଡ୍ରିଲ ଦ୍ୱାରା ୟୁନିଫର୍ମରେ ଥିବା ଯବାନ କାବୁ କରିପାରିଛନ୍ତି ଏହି ବିଶାକ୍ତ ବିଶାଳକାୟ କିଙ୍ଗ କୋବ୍ରାକୁ।

Cobra
Picture Credit – New York Post

ଏହି ଭିଡିଓରେ ଜଣେ ଯବାନ କିଙ୍ଗ୍‌ କୋବ୍ରାକୁ ନିଜ ପାଦ ଓ ହାତରେ ଶୈଳୀ ପ୍ରଦର୍ଶନ କରି କାବୁ କରିପାରିଛନ୍ତି । ଅହିରାଜ ସବୁଠାରୁ ବିଶାକ୍ତ ପ୍ରଜାତିର ସାପ ହୋଇଥିଲେ ମଧ୍ୟ ନିଜର ଟ୍ରେନିଙ୍କ ଓ ସ୍କିଲ ଦ୍ୱାରା ଏପରି କରିପାରିଛନ୍ତି ୟୁନିଫର୍ମରେ ଥିବା ଏହି ଯବାନ । ତେବେ ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ବର୍ତ୍ତମାନ ଟ୍ଵିଟର ରେ ୩୭.୭ ହଜାର ରୁ ଅଧିକ ଲୋକେ ଦେଖିସାରିଲେଣି । ଅହିରାଜ ଅତି ଖତରନାକ ଓ ବିଶାକ୍ତ ସାପ ହୋଇଥିବା ବେଳେ ତାକୁ ଏମିତି ଟ୍ରିକ୍ସ ଆପଣାଇ , କାବୁ କରିବା କୌଣସି ଛୋଟ କଥା ନୁହେଁ ।

ତେବେ ଏପରି ଏକ୍ସ୍‍ଟ୍ରା ଓର୍ଡିନାରୀ ସ୍କିଲ ସମସ୍ତଙ୍କ ପାଖରେ ନଥାଏ । ହୁଏତ ସାପ ବି ବୋଧେ ଜାଣିଛି ଯବାନ ପିନ୍ଧିଥିବା ପୋଷାକର ମହତ୍ୱ ସେଥିପାଇଁ ତ ଯବାନଙ୍କ କଥାକୁ ମାନୁଥିଲା ଏହି କିଙ୍ଗ କୋବ୍ରା । ଆଇଏଫଏସ ସୁସାନ୍ତ ନନ୍ଦ ଛାଡିଥିବା ଏହି ଭିଡିଓଟି ରେ ଅନେକ ଲୋକେ କମେଣ୍ଟ ମଧ୍ୟ କରିଛନ୍ତି ।
ତେବେ ସାପଟିକୁ କାବୁ କରିଥିବା ଯବାନଙ୍କ ସ୍କିଲକୁ ସମସ୍ତେ ପ୍ରଶଂସା କରିଛନ୍ତି । କିନ୍ତୁ ଏହା କେବଳ ଟ୍ରେନିଙ୍ଗ ନେଇଥିବା ଲୋକ କରିପାରିବେ ଓ ଏହାକୁ କୌଣସି ସାଧାରଣ ଲୋକେ ଚେଷ୍ଟା ନ କରନ୍ତୁ ବୋଲି ଆଇଏଫଏସ ସୁସାନ୍ତ ନ ପୋଷ୍ଟ କରିଥିବା ଭିଡିଓ ରେ ଲେଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.