ସାବଧାନ! ଗାଁ ଭିତରକୁ ପ୍ରବେଶ ନିଷେଧ, ରାୟଗଡ଼ା ଖୁଣ୍ଟାବାଡି ଗାଁ ପକ୍ଷରୁ ଜାରି ହୋଇଛି ଏପରି ଫତୁଆ

ରାୟଗଡ଼ା(କେନ୍ୟୁଜ୍): ସାବଧାନ । ଗାଁ ଭିତରକୁ ପ୍ରବେଶ ନିଷେଧ । ଗାଁ ଭିତରକୁ ଗଲେ ଦେବାକୁ ପଡ଼ିବ ୫ ହଜାର ଟଙ୍କା ଜରିମାନା । ରାୟଗଡ଼ା ବିଷମକଟକ ବ୍ଲକର ଖୁଣ୍ଟାବାଡି ଗାଁ ପକ୍ଷରୁ ଏପରି ଫତୁଆ ଜାରି କରାଯାଇଛି । ଗାଁକୁ ପ୍ରବେଶ କରୁ କରୁ ଏକ ଗଛରେ ଲାଗିଛି ଏକ ବୋର୍ଡ । ଏଥିରେ ହାତରେ ଲେଖାଯାଇଛି, ଦୟାକରି କେହି ଭିତରକୁ ପ୍ରବେଶ କରନ୍ତୁ ନାହିଁ । ଗାଁରେ ପୂଜା ଚାଲିଛି । ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଗାଁରେ ପୂଜା ଚାଲିଥିବାରୁ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ଯଦି କେହି ଗାଁ ଭିତରକୁ ପ୍ରବେଶ କରନ୍ତି ତେବେ, ୫ ହଜାର ଟଙ୍କା ଫାଇନ୍ ଦେବାକୁ ପଡ଼ିବ ।

villageଲୋକଙ୍କ ବିଶ୍ୱାସ ଗାଁରେ ରହିଛି ଭୌତିକ ଶକ୍ତି । ଏହି ଭୌତିକ ଶକ୍ତିକୁ ଦୂର କରିବା ପାଇଁ ପୂଜାର୍ଚ୍ଚନା କରାଯାଇଛି । ଏଥିପାଇଁ ଗାଁ ବାହାରର ଲୋକଙ୍କୁ ଭିତରକୁ ପ୍ରବେଶ କରିବା ପାଇଁ ବାରଣ ହୋଇଛି । ଗାଁର ବିଦ୍ୟାଳୟ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ପୂଜାର୍ଚ୍ଚନା ପାଇଁ ଦୁଇ ଦିନ ହେବ ସ୍କୁଲରେ ପାଠ ପଢା ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.