ରାଜ୍ୟ

ଟ୍ରେନର ଭ୍ରମ ସୃଷ୍ଟି କରୁଛି ବିଦ୍ୟାଳୟର ସାଇକେଲ୍ ଷ୍ଟାଣ୍ଡ, ପୁଣି ଏକ ନିଆରା ପଦକ୍ଷେପ ନେଇ ଚର୍ଚ୍ଚାରେ ଏହି ସରକାରୀ ବିଦ୍ଯାଳୟ

ସୁବର୍ଣ୍ଣପୁର: ଷ୍ଟେସନରେ ଲାଗିଛି ପାତାଳୀ ଏକ୍ସପ୍ରେସ । ଟ୍ରେନଂ ନଂ ହେଉଛି ୪୫୭୬୪ । ଆଉ ଟ୍ରେନଟି ଯେଉଁ ଜଙ୍କସନରେ ଲାଗିଛି ତାର ନାଁ ହେଲା କଇରାଝୁଲି ଜଙ୍କସନ । ଆଉ ଟ୍ରନର ନାଁ ହେଲା ପାତାଳୀ ଏକ୍ସପ୍ରେସ । ଏହି ଟ୍ରେନଟି ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀକୁ ଯିବାକୁ ଷ୍ଟେସନରେ ଲାଗିଥିବାବେଳେ, ପ୍ଯାସେଞ୍ଜରବି ପୁରା ପ୍ରସ୍ତୁତ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ଯ ହେଉଥିବେ ଯେ ଏହିଭଳି ଜଙ୍କସନ ଏବଂ ଏଭଳି ଏକ୍ସପ୍ରେସ ଆସିଲା କୋଉଠୁ ।

ସତ କଥାଟି ହେଉଛି ଟ୍ରେନର ଭ୍ରମ ସୃଷ୍ଟି କରୁଥିବା ଏହା ହେଉଛି ଏକ ସାଇକେଲ ଷ୍ଟାଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାଇକେଲ ଷ୍ଟାଣ୍ଡକୁ ଏବେ ଦିଆଯାଇଛି ଏଭଳି ରୂପ । ପିଲାଙ୍କୁ ଟ୍ରେନ ବିଷୟରେ ଅଧିକ ଜ୍ଞାନ ଦେବାପାଇଁ ବିଦ୍ୟାଳୟ ପକ୍ଷରୁ ନିଆଯାଇଛି ଏଭଳି ଏକ ପଦକ୍ଷେପ । ଜଣେ ଅଭିଜ୍ଞ ଚିତ୍ରକର ୫ ଦିନ ଭିତରେ ସାଇକେଲ ଷ୍ଟାଣ୍ଡକୁ ଦେଇଛନ୍ତି ଏହି ପାତାଳୀ ଏକ୍ସପ୍ରେସର ରୂପ ।

ସବୁବେଳେ କିଛି ନୁଆ କରି ଚର୍ଚ୍ଚାରେ ଥାଏ ଏହି ବିଦ୍ୟାଳୟ । ପ୍ରଥମେ ବିଦ୍ୟାଳୟକୁ ଅତି ସୁନ୍ଦର ଭାବରେ ସଜେଇ ଏକ ଆଦର୍ଶ ବିଦ୍ୟାଳୟ କରି ସାରା ରାଜ୍ଯରେ ନାଁ କରିବା ସହ ପୁରସ୍କୃତ ହୋଇସାରିଥିବାବେଳେ, ଏବେ ପୁଣିଥରେ ନିଜର ସାଇକେଲ ଷ୍ଟାଣ୍ଡକୁ ନେଇ ବେଶ୍ ଚର୍ଚ୍ଚାରେ।

ଜଗନ୍ନାଥଙ୍କ ଅନ୍ଯତମ ଲୀଳାକ୍ଷେତ୍ର ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର । ଏଣୁ ପାତଳୀ ଶ୍ରୀକ୍ଷେତ୍ରକୁ ସିଧାସଳଖ ପୁରୀ ଶ୍ରୀମନ୍ଦିର ସହିତ ସଂଯୋଗ କରିବାର ପରିକଳ୍ପନା ନେଇ ଏଭଳି ପ୍ରୟାସ କରିଛନ୍ତି ବିଦ୍ୟାଳୟ କତୃପକ୍ଷ । ଏହାସହ କଇରାଝୁଲି ଭଳି ଏକ ମଫସଲ ଗାଁର ପିଲାମାନେ ଯେଉଁମାନେ କେବେ ଟ୍ରେନ ଚଢି ନାହାଁନ୍ତି କି ଟ୍ରେନ ସମ୍ପର୍କରେ ଜାଣି ନାହାଁନ୍ତି ସେମାନଙ୍କୁ ଟ୍ରେନ ସମ୍ପର୍କରେ ଅଧିକ ଧାରଣା ଦେବାକୁ ବିଦ୍ୟାଳୟ କତୃପକ୍ଷ ନେଇଛନ୍ତି ଏଭଳି ନିଆରା ପଦକ୍ଷେପ ।

କରୋନା କଟକଣା ହଟିଲା ପରେ ଯେତେବେଳେ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟକୁ ଆସିିବେ ସେତେବେଳେ ଏହାକୁ ଦେଖି ସେମାନେ ବହୁତ କିଛି ଶିଖିପାରିବା ସହ ଆଗ୍ରହର ସହ ବିଦ୍ୟାଳୟକୁ ଆସିବେ ବୋଲି ଶିକ୍ଷକ କହିଛନ୍ତି ।

ପ୍ରକୃତରେ କଇରାଝୁଲି ବିଦ୍ୟାଳୟର ଏଭଳି ଉଦ୍ୟମ ପ୍ରଶଂସନୀୟ ନିଶ୍ଚୟ । ଯଦି ସବୁ ବିଦ୍ଯାଳୟର କତୃପକ୍ଷମାନେ ଏଭଳି ପଦକ୍ଷପ ନେବେ, ତେବେ ସରକାର ବିଦ୍ୟାଳୟ ପ୍ରତି ଅଭିଭାବକ, ଛାତ୍ରଛାତ୍ରୀଙ୍କୁ ଆକ୍ରୁଷ୍ଟ କରିବା ପାଇଁ ପ୍ରେରଣା ଦେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

ସୁବର୍ଣ୍ଣପୁରରୁ ଶେଷଦେବ ବାରିକ, କେନ୍ଯୁଜ୍

 

 

Sonalisa

Recent Posts

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

1 hour ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

1 hour ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

2 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

2 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

2 hours ago

ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍

ଭୁବନେଶ୍ୱର(କେନ୍ୟୁଜ୍‌): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ। ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍। ଦୁଇ ଉପମୁଖ୍ୟମନ୍ତ୍ରୀ। ୮ କ୍ୟାବିନେଟ…

2 hours ago