ଗାଁ ଗାଁ ବୁଲି ଗୀତ ଗାଇ କରୋନା ସଚେତନତା କରୁଛନ୍ତି ଏହି କୁନି କଳାକାର, ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ କରୁଛନ୍ତି ଅନୁରୋଧ

ନିମାପଡା: ମହାମାରୀ କରୋନା ଏବେ ସାରା ବିଶ୍ବ ତଥା ଦେଶରେ ଚହଳ ପକାଇଛି । ଏଥିରୁ ବାଦ୍ ପଡିନି ଆମ ରାଜ୍ଯ ଓଡିଶା । ସରକାର କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ଯକ୍ରମ କରୁଛନ୍ତି । ବାରମ୍ବାର ହାତ ଧୋଇବା ସହିତ ଘର ଦ୍ବାର ସଫା ରଖିବା, ସାନିଟାଇଜର ବ୍ଯବହାର କରିବା ମାସ୍କ ପିନ୍ଧି ଘରୁ ବାହାରିବା ପାଇଁ ଅନୁରୋଧ କରୁଛନ୍ତି । ଏହି ପରିପେକ୍ଷୀରେ କରୋନାରୁ ମୁକ୍ତି ପାଇବା ପାଇଁ ସଚେତନତା ବାର୍ତ୍ତା ଦେଉଛନ୍ତି ଜଣେ କୁନି କଳାକାର ।

tarunଏହି କୁନି କଳାକାର ଜଣଙ୍କ ଗାଁ ଗାଁ ବୁଲି ଗୀତ ଗାଇ କରୁଛନ୍ତି କରୋନା ସଚେତନତା । ପୁରୀ ଜିଲ୍ଲା ନିମାପଡା ବ୍ଲକ ଧଳେଶ୍ୱର ପଞ୍ଚାୟତର ଅରିଲୋ ଗାଁର ତରୁଣ କାନ୍ତ ମଲ୍ଲିକ । ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ତରୁଣଙ୍କ ପିଲାଟି ଦିନରୁ ସଙ୍ଗୀତ ପ୍ରତି ଆଗ୍ରହ ରହିଥିଲା । ବଡବାପା କୃଷ୍ଣଚନ୍ଦ୍ରଙ୍କ ପ୍ରେରଣାରେ ସେ ଗୀତ ଶିଖିଥିଲେ ।

tarun songବର୍ତ୍ତମାନ କରୋନା ଲକଡାଉନ ଯୋଗୁଁ ତରୁଣ ପାଠ ପଢ଼ିବା ସହିତ ସକାଳୁ ସକାଳୁ ବଡବାପା ଓ ସାଥୀ କଳାକାରଙ୍କ ସହ ବାହାରିଯାଆନ୍ତି ବିଭିନ୍ନ ଗାଁକୁ । ସେଠାରେ କୋଠା ଘର ହେଉ କି ବିଦ୍ୟାଳୟ ବାରଣ୍ଡା ତାଙ୍କ କଣ୍ଠରୁ ଶୁଭିଥାଏ ଆମ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କରୋନା ବାର୍ତ୍ତାର ସଙ୍ଗୀତ । ଯାହାକୁ ଗାଇ ଗାଁରେ କରୋନା ଭୂତାଣୁ ଠାରୁ ଦୂରେଇ ରହିବା ସହିତ ଘରେ ରହି ସୁରକ୍ଷିତ ରହିବା ପାଇଁ ଅନୁରୋଧ କରିଥାନ୍ତି ତରୁଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.