ଏଥର ପଞ୍ଚାୟତ ନିର୍ବାଚନରେ ବୁଥ୍‌ରେ ନୁହେଁ, ବ୍ଲକରେ ଗଣତି: ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର(କେନ୍ଯୁଜ୍): ବୁଥ୍‌ରେ ନୁହେଁ, ବ୍ଲକରେ ଗଣତି। ଏଥର ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ବୁଥ୍‌ରେ ନୁହେଁ ବରଂ ବ୍ଲକ କାର୍ଯ୍ୟାଳୟରେ କରାଯିବ। ଏ ସଂକ୍ରାନ୍ତରେ ଆଇନରେ ସଂଶୋଧନ ପରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ପରେ ଭୋଟ ବାକ୍ସକୁ ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ତୁରନ୍ତ ସିଲ୍‌ କରାଯିବ ଓ ଏହାକୁ ଅଧିକାରୀମାନେ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ। ନିର୍ଧାରିତ ଭୋଟ ଗଣତି ଦିନ ଏହାକୁ ଖୋଲାଯିବ।

ସେହିଦିନ ଭୋଟଗଣତି କେନ୍ଦ୍ରରେ ସିଲ୍‌ ଖୋଲାଯିବା ପୂର୍ବରୁ କେତେ ବ୍ୟକ୍ତି ଭୋଟ ଦେଇଛନ୍ତି ଓ ବାକ୍ସରେ କେତେ ବାଲ୍‌ଟ ଅଛି, ତାହାର ମେଳ ହେବ। ଏହାପରେ ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଗଣତି ଆରମ୍ଭ ହେବ। ଯଦି ଗଣତି ବେଳେ କୌଣସି ବିବାଦ ନଥାଏ, ତେବେ ସର୍ବାଧିକ ଭୋଟ ପାଇଥିବା ୱାର୍ଡମେମ୍ବର, ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁ ଘୋଷଣା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.