ଚଳିତ ଥର ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ: ସାମିଲ ହେବନି କୌଣସି ଛାତ୍ରଛାତ୍ରୀ କି ଦର୍ଶକ, ପରେଡ୍‌ର ହେବ ସିଧାପ୍ରସାରଣ

ଭୁବନେଶ୍ବର: ପ୍ରଦର୍ଶନୀ ପଡିଆରେ ହେବ ଅଗଷ୍ଟ ୧୫ ସମାରୋହ । ଚଳିତ ବର୍ଷ ଭୁବନେଶ୍ୱର ୩ ନମ୍ବର ପ୍ରଦର୍ଶନୀ ପଡିଆରେ ସ୍ୱାଧୀନତା ଦିବସ ପାଳନ କରାଯିବ । କରୋନା କଟକଣା ଯୋଗୁ ପୂର୍ବ ବର୍ଷମାନଙ୍କ ପରି ପରେଡ ପ୍ରଦର୍ଶନୀ ଅନୁଷ୍ଠିତ ହେବ ନାହିଁ । ପରେଡ୍‌ରେ ସାମିଲ ହେବନି କୌଣସି ଛାତ୍ରଛାତ୍ରୀ କି ଦର୍ଶକ । ପୋଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ସଙ୍ଗୀତ ପରିବେଷଣ କରିବେ । ବ୍ୟାଣ୍ଡ ପାର୍ଟି ସହ ୩ଟି ପୋଲିସ ବାହିନୀର ଟ୍ରୁପ୍‌ମାନେ ଜାତୀୟ ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ ।

ଦିବସ ପାଳନର ଲାଇଭ ଚିତ୍ର କମନଫିଡ ମାଧ୍ୟମରେ ସମସ୍ତ ଗଣମାଧ୍ୟମକୁ ସଂଯୋଜିତ କରାଯିବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ଦିବସ ପାଳନ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପ୍ରସ୍ତୁତି ଓ ପାଳନ ସମୟରେ ସାମାଜିକ ଦୂରତା ଓ ସ୍ୱଚ୍ଛାତା ପ୍ରତି ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.