ଓଡିଶାର ଏମିତି ଏକ ଗାଁ ଯେଉଁଠି ନିଆରା ଢ଼ଙ୍ଗରେ ପାଳନ ହୋଇଥାଏ ମକର ପର୍ବ, ଭଗବାନଙ୍କୁ ଅର୍ପଣ କରାଯାଏ ସାମୁହିକ ଖିରି ଭୋଗ

କେନ୍ଦୁଝର: ଆମ ଓଡିଶାର ଚାଲିଚଳଣି ଯେମିତି ନିଆରା ପର୍ବପର୍ବାଣି ତାଠୁ ଅଧିକ ନିଆରା। ବାର ମାସରେ ତେର ପର୍ବ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରାରେ ଅନୁଷ୍ଠିତ ହୋଇଥାଏ। ତା ମଧ୍ଯରୁ ମକର ପର୍ବ ଅନ୍ଯତ୍ତମ। ଏହାକୁ ଖାଲି ଓଡିଶା ନୁହେଁ ବରଂ ସାରା ଦେଶ ଏକ କୃଷି ଭିତ୍ତିକ ପର୍ବ ଭାବେ ଧୂମ୍ ଧାମରେ ପାଳନ କରିଥାଏ।

makaraତେବେ ଏହି ପର୍ବର ମହତ୍ତ୍ବ ଟିକେ ଅଲଗା। ବିଭିନ୍ନ ସ୍ଥାନ ମାନଙ୍କରେ ଏହି ପର୍ବ ଭିନ୍ନ ଭିନ୍ନ ନାରେ ପାଳିତ ହୋଇଥାଏ । ଭାରତର ପୂର୍ବ ଭାଗ କଥା କହିଲେ ବିଶେଷ କରି ଓଡିଶାରେ ମକର ସଂକ୍ରାନ୍ତି ଭାବେ ପାଳିତ ହୋଇଥାଏ । ରାଜ୍ୟର କୋଣ ଅନୁକୋଣରେ ଲୋକମାନେ ସେମାନଙ୍କ ପ୍ରଥମ ଅମଳ ଚାଉଳକୁ ନିଜ ନିଜ ଅଞ୍ଚଳର ଦେବତାଙ୍କୁ ଅର୍ପଣ କରିଥାନ୍ତି। ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ମଧ୍ଯ ଏହି ପର୍ବ ଖୁବ୍ ଆନନ୍ଦ ସହକାରରେ ପାଳନ ହୋଇଥାଏ । କିନ୍ତୁ କହିବାକୁ ଗଲେ ଜିଲ୍ଲାର ଯୋଡ଼ା ବ୍ଲକର ବିଲେଇପଦା ଗ୍ରାମରେ ଏହି ମକର ସଂକ୍ରାନ୍ତିକୁ ନିଆରା ଢ଼ଙ୍ଗରେ ପାଳନ କରିଥାନ୍ତି ଏଠାକାର ଅଧିବାସୀ ।

khirଏହି ଦିନ ବୈତରଣୀ ନଦୀ କୁଳରେ ଛେଳିଡେଗା ଗ୍ରାମର ଧବଳେଶ୍ବର ଶୈବ ପୀଠରେ ଖିରି ଭୋଗ ଦିଆ ଯାଇଥାଏ । ପୂର୍ବ ପରମ୍ପରା ଅନୁଯାୟୀ ଉକ୍ତ ଶୈବ ପୀଠ ଆଖପାଖ ଅଞ୍ଚଳର ଶତାଧିକ ଗ୍ରାମବାସୀ ସାମୁହିକ ଖିରି ଭୋଗ ଲଗେଇଥାନ୍ତି । ବିଲର ପ୍ରଥମ ଚାଉଳରେ ଏହି ଖିରି ପ୍ରସ୍ତୁତ କରାଯାଇଥିବା ବେଳେ ଭୋଗ ପରେ ସମସ୍ତେ ଖାଇଥାନ୍ତି ।

baitaraniସବୁ ବର୍ଷ ମନ୍ଦିର ନିକଟରେ ଶତାଧିକ ଉକ୍ତଙ୍କ ସମାଗମ ହୋଇଥାଏ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଅଳ୍ପ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସମାନ ଢଙ୍ଗରେ କିଛି ଶ୍ରଦ୍ଧାଳୁମାନେ ନଦୀରେ ବୁଡ଼ ପକାଇଥିଲେ । ଏହାପରେ ଶୈବ ପୀଠରେ ଖିରିଭୋଗ ଲଗାଇ ପରମ୍ପରାକୁ ମନାଇଥିଲେ ।

କେନ୍ଦୁଝର ଜିଲ୍ଲାରୁ ଅକ୍ଷୟ ପାଢୀଙ୍କ ରିପୋର୍ଟ, କେନ୍ଯୁଜ୍

Leave A Reply

Your email address will not be published.