ଅସରାଏ ବର୍ଷାରେ ଜଳବନ୍ଦୀ ହେଉଛି କେନ୍ଦୁଝରର ଏହି ଗାଁ

କେନ୍ଦୁଝର(କେନ୍ଯୁଜ୍) : କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେବି ଜଳବନ୍ଦୀ ହୋଇ ରହୁଛନ୍ତି ଲୋକେ । ଘରୁ ବାହାରି ପାରୁ ନାହାନ୍ତି । ଅସରାଏ ବର୍ଷାରେ ପରିସ୍ଥିତି ବେହାଲ । ଏପରି ଏକ ଗାଁ ହେଉଛି କେନ୍ଦୁଘାଟି । ଗାଁରେ ଅନେକ ଲୋକେ ରହନ୍ତି ହେଲେ ବର୍ଷା ଦିନେ ସମସ୍ୟା ହେଉଛି ଏଠାକାର ଲୋକେ ବାହ୍ୟ ଜଗତକୁ ଆସିପାରନ୍ତି ନାହିଁ କାରଣ ଗାଁକୁ ୪ ପଟୁ ଘେରି ରହିଛି ମଲଦା ନାଳ ଓ ବୈତରଣୀ ନଦୀ । ଆଉ ଏହି ନାଳ ଓ ନଦୀରେ ପ୍ରଖର ସ୍ରୋତ ମଧ୍ୟ ଥାଏ ତେଣୁ ପୂର୍ବରୁ ବହୁତ ଲୋକ ଭାସିଯାଇ ମୃତ୍ୟୁବରଣ କରିଛନ୍ତି । ଗାଁ କୁ ବର୍ଷା ଦିନେ ଯାତାୟତ ସମ୍ପୁର୍ଣ୍ଣ ରୁପେ ବନ୍ଦ ହୋଇଯାଏ । ବିନା ସୁରକ୍ଷାରେ ଏକ କାଠ ର ହୋଲି ଡଙ୍ଗାରେ ଗର୍ଭବତୀ ମହିଳା ଏବଂ ଛୋଟ ଛୁଆ ନିଜ ଜୀବନକୁ ବାଜି ଲଗାଇ ପାର ନଦୀ ହେଇଥାନ୍ତି । ନଦୀରେ ପାଣି ଥିବାରୁ ଶିକ୍ଷକ ମଧ୍ୟ ଭୟରେ ସ୍କୁଲକୁ ଯାଇ ପାରନ୍ତି ନାହିଁ ତେଣୁ ବର୍ଷା ଦିନେ ବିଦ୍ୟାଳୟ ବନ୍ଦ ରୁହେ ।

kendu ghati2

ଗାଁ ଠାରୁ ବହୁ ଦୂରରେ ପଂଚାୟତ କାର୍ୟ୍ୟାଳୟ ଥିବା କାରଣରୁ ଚାଉଳ କିମ୍ବା ଅନ୍ୟାନ୍ୟ ଜିନିଷ ଆଣି ଏଠାକାର ଲୋକେ ଆଉ ଫେରି ପାରିନଥାନ୍ତି କାରଣ ବର୍ଷା ହେଲେ ଖୁବ ଶିଘ୍ର ଓ ଖୁବ ଜୋରରେ ନଦୀ ଓ ନାଳରେ ପ୍ରଖର ସ୍ରୋତ ଆସିଥାଏ । ଏନେଇ ଗ୍ରାମବାସୀ ବିଭିନ୍ନ ସ୍ଥରରେ ଅନେକ ଥର ଗୁହାରୀ ମଧ୍ୟ କରିସାରିଛନ୍ତି । ୩୦ ବର୍ଷରୁ ଉର୍ଦ୍ଧ ପ୍ରତିସ୍ରୁତିରେ ସେତୁ ନିର୍ମାଣ ସୀମିତ ରହିଛି । ୨୦୧୭ ମସିହା ମାର୍ଚ୍ଚମାସ ୫ ତାରିଖରେ ବିଧାନ ସଭାର ଏକ କମିଟି ଏହି ଅଂଚଳ ଗସ୍ଥ କରିବା ସହ ଏଠାକାର ସ୍ଥିତି ଅନୁଧ୍ୟାନ କରି ଏହି ବିଷୟରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ସମୀକ୍ଷା ବୈଠକରେ ଆଲୋଚନା କରିବା ସହ ସରକାରଙ୍କୁ ଅବଗତି କରାଇବେ ବୋଲି ନିଜେ ତତକାଳିନ କମିଟିର ସଭାପତି ପ୍ରଭାତ ବିଶ୍ୱାଳ ପ୍ରକାଶ କରିଥିଲେ ।

ନିଶ୍ଚିତ ପଢ଼ନ୍ତୁ : ମହାରାଷ୍ଟ୍ର ଓ ଗୋଆ ଭୋଗି ପାରନ୍ତି କେରଳ ଭଳି ଦଶା

ହେଲେ ଇତି ମଧ୍ୟରେ ଦେଢ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଲୋକଙ୍କ ଆଶା ଆଶାରେ ରହି ଯାଇଛି ଆଉ ନେତାଙ୍କ ପ୍ରତିସ୍ରୁତି ପାଣିର ଗାର ମଧ୍ୟ ହୋଇଯାଇଛି । ସରକାର ନାନା ଯୋଜନା ମାନ କରୁଛନ୍ତି ଏନେଇ ଆଲୋଚନା ଓ ପର୍ୟ୍ୟାଲୋଚନା ହେଉଛି ସତ ହେଲେ ଅବହେଳିତ ହୋଇ ରହିଯାଉଛି ଏହିଭଳି ଅନେକ ଗାଁ ଯେଉଁମାନେକି ଏକ ସ୍ୱାଧିନ ଗଣତନ୍ତ୍ର ରାଷ୍ଟ୍ରରେ ନିଜର ସାର୍ବଭୌମତ ହରାଇ ବସୁଛନ୍ତି ହେଲେ କେବେ ସେମାନଙ୍କ ଆଶା ପୁରଣ ହେବ ତାହାହିଁ ଦେଖିବାକୁ ବାକିରହିଛି ।