ବଢ଼ିଲା ୧୯ ହଜାର କୋଟି, ଏଥର ବଜେଟର ବ୍ୟୟବରାଦ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା

ଭୁବନେଶ୍ବର (କେନ୍ୟୁଜ୍) : ନବୀନ ସରକାରଙ୍କ ପଞ୍ଚମ ପାଳିରେ ପ୍ରଥମ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମ ଥର ଲାଗି ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥର ବଜେଟର ଆକାର ରହିଛି ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। ୨୦୧୮-୧୯ରେ ବଜେଟ୍ ଆକାର ଥିଲା ୧ ଲକ୍ଷ ୨୦ ହଜାର କୋଟି ଟଙ୍କା। ଅର୍ଥାତ ଗତ ବର୍ଷ ତୁଳନାରେ ଅଧିକ ୧୯ ହଜାର କୋଟି ଟଙ୍କା ବ୍ୟୟ ବରାଦ ଅଧିକ ହୋଇଛି। ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୧୫ ହଜାର ୨୬୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଋଣ ଓ ଅନ୍ୟାନ୍ୟ ପ୍ରାପ୍ତିରୁ ୨୩ ହଜାର ୭ଶହ ୩୪ କୋଟି ଟଙ୍କା ଭରଣା ହେବ। ୨୦୧୯-୨୦ରେ ରାଜ୍ୟର ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି।

ବଜେଟରେ ସମଗ୍ର ଶିକ୍ଷା ଅଭିଯାନ ପାଇଁ ୨ ହଜାର ୫୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମଧ୍ୟାହ୍ନ ଭୋଜନ ପାଇଁ ୮୪୪ କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇ ୧ ହଜାର ୨୦୩ କୋଟି ଟଙ୍କା ଓ ମନରେଗା ପାଇଁ ୧ ହଜାର ୨୦୧ ଏବଂ ବିଜୁ ପକ୍କାଘର ପାଇଁ ୪ ହଜାର ୮୨୦ କୋଟି ଟଙ୍କାର ବ୍ୟାୟ ବରାଦ ହୋଇଛି । ଏବେ ନଜର ପକାଇବା କେଉଁ ଯୋଜନା ପାଇଁ ବଜେଟର କେତେ ଟଙ୍କାର ବ୍ୟୟବରାଦ ରହିଛି ।

BUDGET BG୨୦୧୩-୧୪ ବର୍ଷ ତୁଳନାରେ ବ୍ୟୟବରାଦ ୩ଗୁଣ ବୃଦ୍ଧି ହୋଇଛି। କାଳିଆ ଯୋଜନା ପାଇଁ ୫ହଜାର ୬୧୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଚାଷୀ ଋଣ ଉପରେ ସୁଧ ରିହାତି ନେଇ ବଜେଟରେ ବ୍ୟବସ୍ଥା ହୋଇଛି। ଚାଷୀଙ୍କ ଋଣ ଉପରେ ସୁଧ ରିହାତି ପାଇଁ ୮ଶହ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନାରେ ୨୧୮ କୋଟି ଟଙ୍କା, କୃଷି ସଂପ୍ରସାରଣ ସବ୍ ମିଶନରେ ୧୫୦ କୋଟି, ଉଦ୍ୟାନ କୃଷି ମିଶନରେ ଶହେ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ତ୍ୱରିତ ଜଳସେଚନ ସୁବିଧା ପାଇଁ ୧ ହଜାର ୮୬୧ କୋଟି ଟଙ୍କା ଓ ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ ପାଇଁ ୧ ହଜାର ୫୬୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଗଙ୍ଗାଧର ମେହର ଉଠା ଜଳସେଚନ ପାଇଁ ୧୦୦ କୋଟି ଟଙ୍କା, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୬୩୫ କୋଟି ଟଙ୍କା, ପାର୍ବତୀଗିରି ବୃହତ ଉଠା ଜଳ ସେଚନ ପ୍ରକଳ୍ପ ପାଇଁ ୧ହଜାର ୭୭୭ କୋଟି ଟଙ୍କା ନିବେଶ ହେବ। ସେହିପରି ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାରେ ୩୩୪ କୋଟି ଟଙ୍କା, ଜଳ ନିଧି ଯୋଜନାରେ ୧୮୦ କୋଟି ଟଙ୍କା ବରାଦ ହୋଇଛି। ଗଭୀର ନଳକୂପ ଯୋଜନାରେ ୫୪୦ କୋଟି ଟଙ୍କା, ବିଜୁ କୃଷକ ବିକାଶ ଯୋଜନାରେ ୪୦୦ କୋଟି ଟଙ୍କା ଓ ସେଚାଞ୍ଚଳ ଉନ୍ନୟନ ଯୋଜନାରେ ୩୧୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ରାଜ୍ୟ ମିଲେଟ ମିଶନରେ ୫୦ କୋଟି ଟଙ୍କା ଓ ନୀଳ ବିପ୍ଳବରେ ୮୩ କୋଟି ଟଙ୍କା ବରାଦ ହୋଇଛି।

ଏବେ ଆସନ୍ତୁ ନଜର ପକାଇବା ବଜେଟରେ କେଉଁ ବିଭାଗକୁ କେତେ ବ୍ୟୟବରାଦ କରାଯାଇଛି

budget oneଗୃହ ବିଭାଗକୁ ୫୨୯୮ କୋଟି, ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ପାଇଁ ୧ ହଜାର ୧୩୦ କୋଟି, ଅର୍ଥ ବିଭାଗ ୨୭ ହଜାର ୯୪୨ କୋଟି, ପୂର୍ତ୍ତ ବିଭାଗ ୪ ହଜାର ୪୯ କୋଟି, ଖାଦ୍ୟ ଯୋଗାଣ ଓ ପ୍ରକ୍ରିୟାକରଣ ୧ ହଜାର ୧୩୪ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୧୬ ହଜାର ୪ଶହ କୋଟି, ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁଙ୍କ ବିକାଶ ପାଇଁ ୩ ହଜାର ୬୨୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ବଜେଟରେ ୬ ହଜାର ୭୮୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଗୃହ ଓ ନଗର ଉନ୍ନୟନ ପାଇଁ ୫ ହଜାର ୫୭୮ କୋଟି, ଯୋଜନା ଓ ସଂଯୋଜନା ୧ ହଜାର ୯୩ କୋଟି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ବଜେଟରେ ୧୮ ହଜାର ୪୧୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ଜଳସମ୍ପଦ ବିଭାଗ ପାଇଁ ୯ ହଜାର ୭୧୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ବଜେଟରେ ୯୦୨ କୋଟି, ଗ୍ରାମାଞ୍ଚଳ ବିକାଶ ପାଇଁ ୫ହଜାର ୫୩୦ କୋଟି, ମହିଳା ଓ ଶିଶୁ ବିକାଶ ବିଭାଗ ବ୍ୟୟବରାଦ ୩ ହଜାର ୪୫୭ କୋଟି ଟଙ୍କା ଥିବା ବେଳେ ଉଚ୍ଚଶିକ୍ଷା ପାଇଁ ୨ ହଜାର ୩୭୫ କୋଟି, ଶକ୍ତି ବିଭାଗ ୨ ହଜାର ୨୫୦ କୋଟି ଓ ବିପର‌୍ୟ୍ୟୟ ପରିଚାଳନା ପାଇଁ ୪ହଜାର ୭୦୬ କୋଟି, ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ପାଇଁ ୩ ହଜାର ୧୬୬ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ବଜେଟରେ।

You might also like