ରାଜ୍ୟ

ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ, ୮.୫ ଡିଗ୍ରୀକୁ ଖସିଲା ପାରଦ

କନ୍ଧମାଳ (କେନ୍ୟୁଜ): ଦାରିଙ୍ଗବାଡ଼ିରେ ବର୍ଷର ପ୍ରଥମ ତୁଷାରପାତ। ଭୋରରୁ କେତେକ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି। ଆଜି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାର ପାତ ଦେଖାଯାଇଛି । ପାରଦ ୮.୫ ଡିଗ୍ରୀକୁ ଖସି ଆସିଛି। ପର୍ଯ୍ୟଟକଙ୍କ ମନରେ ଖୁସି ଆଣିଦେଇଛି ଏହି ତୁଷାର ପାତ। ତେବେ ତୁଷାରପାତ ଯୋଗୁଁ ଅଞ୍ଚଳରେ ଅଧିକ ଜାଡ଼ ଅନୁଭୂତ ହେଉଛି ଫଳରେ ଲୋକେ କାମଧନ୍ଦାକୁ ମଧ୍ୟ ଯାଇ ପାରୁନାହାନ୍ତି। ଘର ଭିତରେ ଅସମ୍ଭାଳ ଶୀତ ହେଉଛି। ଗରିବ ଓ ଶ୍ରମଜୀବୀ କର୍ମକ୍ଷେତ୍ରକୁ ଯାଇ ପାରୁନାହାନ୍ତି। ଦିନ ୧୧ଟା ପର୍ଯ୍ୟନ୍ତ ଘରୁ ବାହାରି ହେଉନାହିଁ। ଦିନ ସାରା ଥଣ୍ଡା ପବନ ବୋହୁଛି। ସନ୍ଧ୍ୟା ହୋଇଗଲେ ବଜାର ଖାଁ ଖାଁ ହୋଇଯାଉଛି। ରାତି ସାରା ପିଲାଠୁ ବୟସ୍କ ନିଆଁ ଜାଳି ବସିରହୁଛନ୍ତି।

ସେପଟେ ରାଜ୍ୟରେ ସବୁଠି ପାରଦ ତଳ ମୁହାଁ ହୋଇଥିବାରୁ ଥରୁଛି ସାରା ଓଡ଼ିଶା। ରାତିର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସି ଆସିଛି। ୧୪ ସହରର ରାତି ତାପମାତ୍ରା ୧୦ ଡିଗ୍ରୀଠୁ କମ ରହିଛି। ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜ. ଉଦୟଗିରିରେ ୫ ଡିଗ୍ରୀ ରେକର୍ଡ କରାଯାଇଛି। ଫୁଲବାଣୀରେ ୭, କିରେଇରେ ୭.୫, କୋରାପୁଟରେ ୮, ସେମିଳିଗୁଡ଼ାରେ ୮.୪ ଓ ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ ରେକର୍ଡ କରାଯାଇଛି। କଟକ ଓ ଭୁବନେଶ୍ବରରେ ପାରଦ ସର୍ବନିମ୍ନସ୍ତର ୧୩ ଡିଗ୍ରୀକୁ ଖସିଆସିଛି। ୨୪ରୁ ୨୬ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତା ୩ ଦିନ ଯାଏ ଏଭଳି ସ୍ଥିତି ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Barsha

Recent Posts

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

9 mins ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

51 mins ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

1 hour ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

2 hours ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

2 hours ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago