ଭୁବନେଶ୍ୱର : ରାଗିଲେ ପୋଲିସ ମହାନିର୍ଦ୍ଦେଶକ। କହିଲେ, ଆହତଙ୍କୁ ଭେଟିବାକୁ ଆସିନି। ଦେଖିବାକୁ ଆସିଥିଲି, ଆଜି କେମିତି ଥିଲା ଅସାମାଜିକ ଲୋକଙ୍କ କାର୍ଯ୍ୟକଳାପ। କଂଗ୍ରେସର ବିଧାନସଭା ଘେରାଉ ବେଳେ ଧସ୍ତାଧସ୍ତିରେ ଆହତ ହୋଇଥିବା ପୋଲିସ କର୍ମଚାରୀଙ୍କୁ ମେଡିକାଲରେ ଭେଟିଛନ୍ତି ଡିଜିପି ୱାଇବି ଖୁରାନିଆ। ଯେଉଁମାନେ ପୋଲିସ ବର୍ଦ୍ଦିରେ ହାତ ମାରିଛନ୍ତି, କାହାକୁ ଛଡ଼ା ଯିବ ନାହିଁ। ଅସାମାଜିକ କାର୍ଯ୍ୟ କଲେ କାହାରିକୁ ଛାଡ଼ିବୁ ନାହିଁ। ଖୋଜି ଖୋଜି ଧରା ଯିବ। ତାଙ୍କୁ ଜେଲରେ ପୂରାଯିବ। ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ୍ ଡିଜି।