ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ । ପୁରୀ ଜିଲ୍ଲା କଣାସ ବ୍ଲକ ଦେଇ ପ୍ରବାହିତ ହୋଇଥିବା ରାଜୁଆ ନଦୀ ଜଳ ବିଷାକ୍ତ ହେବା ଯୋଗୁଁ ମରିଯାଉଛନ୍ତି ମାଛ । ଭୁବନେଶ୍ବର ଓ କଟକରୁ ଆସୁଥିବା ଡ୍ରେନ ପାଣି ଓ ଅଳିଆ ଆବର୍ଜନା ଗଙ୍ଗୁଆ ନାଳ ଦେଇ ସିଧାସଳଖ ଦୟା ନଦୀରେ ମଶୁଛି ।  ଫଳରେ ତାର ଶାଖା ନଦୀ ରାଜୁଆ, ମଲାଗୁଣୀ ,ମକରା ଆଦି ବିଭିନ୍ନ ନଦୀର ଜଳ ଦୂଷିତ ହେବା ସହ ବିଷାକ୍ତ ହେବାରେ ଲାଗିଛି ।

କଣାସ ବ୍ଲକର ୨୮ପଞ୍ଚାୟତର ପ୍ରାୟ ଦେଢ଼ ଲକ୍ଷରୁ ଉର୍ଦ୍ଧ ଲୋକ ଏହି ସବୁ ନଦୀ ଉପରେ ନିର୍ଭର କରି ଚଳୁଥିବା ବେଳେ ନଦୀ ଜଳ ଏବେ ବିଷ ବଳୟ ପାଲଟିଛି ।  ଲୋକମାନେ ଅନେକ ସମୟରେ ସେହି ପାଣିକୁ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଛି । ଶୀଘ୍ର ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି ।