କଟକ ସହରର ବିଭିନ୍ନ ଥାନାରେ ପଡ଼ି ରହିଛି ହଜାର ହଜାର ଗାଡି, ରକ୍ଷଣାବେକ୍ଷଣ ନେଇ ନାକେଦମ ହେଲାଣି ପୋଲିସ୍

କଟକ(କେନ୍ଯୁଜ୍): କଟକ ସହରର ବିଭିନ୍ନ ଥାନା ପରିସରରେ ପଡ଼ି ରହିଛି ହଜାର ହଜାର ଯାନବାହନ । ବର୍ଷା, ଖରା ଶୀତ ଖାଇ ବର୍ଷ ବର୍ଷ ଧରି ପଡି ରହିଛି ହଜାର ହଜାର ଜବତ ଗାଡ଼ି । କେଉଁଠି ଗାଡ଼ି କଳଙ୍କି ଖାଇଲାଣି ତ କେଉଁଠି ଗାଡ଼ି ମାଟିରେ ମିଶିବାକୁ ବସିଲାଣି । କେଉଁଠି ଗାଡିର ମିରର କିଏ ନେଇ ଗଲାଣି ତ କାହାର ଚାଲିଗଲାଣି ଇଣ୍ଡିକେଟର । କିଛି ଥାନାରେ ସ୍ଥାନ ଅଭାବରୁ ରାସ୍ତା ଉପରେ ଗଦା ହୋଇ ପଡିଛି ଗାଡି । ଏହା ଫଳରେ ରାସ୍ତା ସଙ୍କୁଚିତ ହୋଇଗଲାଣି ।

ଏବେ ଆଇନଶୃଙ୍ଖଳା ରକ୍ଷା ସହ ଗାଡ଼ି ଗୁଡ଼ିକର ରକ୍ଷଣାବେକ୍ଷଣ ନେଇ ନାକେଦମ ପୋଲିସ । ଗାଡିଗୁଡିକୁ ନିଲାମ କରି ବିକ୍ରି କରି ଦିଆଗଲେ କିଛି ରାଜସ୍ୱ ମିଳି ପାରନ୍ତା ବୋଲି ଲୋକେ ମତ ଦେଇଛନ୍ତି । ଚୋରି, ଲୁଟ, ଛିନ୍‌ତାଇ, ନିଶା କାରବାର, ହତ୍ୟା ଆଦି ବିଭିନ୍ନ ପ୍ରକାର ଅପରାଧରେ ବ୍ୟବହୃତ ଗାଡି ସମେତ ଦୁର୍ଘଟଣାଗ୍ରସ୍ତ ଗାଡି, ଅନକ୍ଲେମଡ଼ ଗାଡିଗୁଡିକ ବର୍ଷ ବର୍ଷ ଧରି ପଡି ରହୁଛି ଥାନାରେ । କେଉଁଠି ମାମଲାର ଫଇସଲା ପାଇଁ ବର୍ଷ ବର୍ଷ ସମୟ ଲାଗି ଯାଉଛି ତ କିଏ ଇନସୁରାନ୍ସ କ୍ଲେମ ପାଇଁ ଯାଇଥିବାରୁ ଆସି ନିଜ ଗାଡ଼ି ନେଉନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.