ଜୟଦେବ ଜେନାଙ୍କୁ ହତ୍ୟା ଧମକ, ଅଜଣା ନମ୍ବରରୁ ଫୋନ୍ କରି ୫୦ ଲକ୍ଷ ଟଙ୍କା ମାଗିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ।  ଅଜଣା ନମ୍ବରରୁ ଫୋନ୍ କରି ୫୦ ଲକ୍ଷ ଟଙ୍କା ମାଗିଛନ୍ତି ଦୁର୍ବୃତ୍ତ। ଟଙ୍କା ନଦେଲେ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ଜୟଦେବ ଜେନା। ମୁଖ୍ୟମନ୍ତ୍ରୀଙ୍କ ପାଖରେ ମଧ୍ୟ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।

ରାଜ୍ୟରେ ଆଇନଶୃଙ୍ଖଳ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବା ଜୟଦେବ ଅଭିଯୋଗ କରିଛନ୍ତି । ଧମକ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜୟଦେବ ଜେନା ଅଭିଯୋଗ କରିଛନ୍ତି ବୋଲି ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

Also read: ହତ୍ୟା ଧମକ ଅଭିଯୋଗରେ ଛାତ୍ରଙ୍କୁ ମିଳିଲା ଦଣ୍ଡ, ଜେଲ୍ ଭ୍ରମଣ କରି ବନ୍ଦୀଙ୍କ ଜୀବନଶୈଳୀ ଅନୁଧ୍ୟାନ କରିବାକୁ…

 

You might also like