୨୦୧୯ରେ ସମ୍ପତ୍ତି ପାଇଁ ଦାଦାଙ୍କୁ ହତ୍ୟା ଘଟଣା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର : ୨୦୧୯ମସିହା ସମ୍ପତି ପାଇଁ ଦାଦାଙ୍କୁ ହତ୍ୟା ଘଟଣାରେ ୩ଜଣ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ମିଳିଛି । ଏଭଳି ରାୟ ଶୁଣାଇଛନ୍ତି ଯାଜପୁର ଜ଼ିଲ୍ଲା ଓ ଦୌରା ଜର୍ଜ ଅମୃତ ରଞ୍ଜନ ନନ୍ଦ । ଅଭିଯୁକ୍ତ ମାନେ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ମୀର ପାଟଣା ଗ୍ରାମର ସୁରେଶ ବିଶ୍ୱାଳ, ରାଜେଶ ବିଶ୍ୱାଳ ଓ କୈଳାସ ବିଶ୍ଵାଳ । ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ପାଇଁ ରାୟ ପ୍ରକାଶ ହୋଇଛି । ଜରିମାନା ଆନଦେୟ ହେଲେ ୬ ମାସ ଅଧିକ ଜେଲ ପାଇଁ ନିର୍ଦ୍ଦେଶ ହୋଇଛି ।

ସୂଚନା ଅନୁସାରେ ଗତ ୩୦.୧୦.୨୦୧୯ରେ ସଦର ଥାନା ମିରପାଟଣା ଗ୍ରାମରେ ଜମିଜମା ବିବାଦ ପାଇଁ ୩ ପୁତୁରା ନିଜ ଦାଦା ଆଦିକନ୍ଦ ବିଶ୍ୱାଳଙ୍କୁ ହତ୍ୟା କରିଥିଲେ । ମାନ୍ୟବର ବିଚାରପତି ୧୮ଜଣଙ୍କ ସାକ୍ଷ ପ୍ରମାଣକୁ ଗ୍ରହଣ କରି ୨୦ଗୋଟି ଦସ୍ତାବିଜ ଆଧାରରେ ଏହି ରାୟ ପ୍ରକାଶ କରିଛନ୍ତି । ଏହି ମାମଲା କୁ ସରକାରୀ ଓକିଲ ସମରେନ୍ଦ୍ର ଦାସ ପରିଚାଳନା କରିଛନ୍ତି ।

ଆହୁରି ପଢ଼ନ୍ତୁ :  ୭ ଦୁର୍ବୃତ୍ତଙ୍କୁ ଗିରଫ କଲା ଯାଜପୁର ପୋଲିସ, ଦୀର୍ଘଦିନ ହେଲା ସିରିଜ୍ ଲୁଟ କରିଆସୁଥିଲେ ଅଭିଯୁକ୍ତ