କେନ୍ଦୁଝର: ଆନନ୍ଦପୁର ଉପକାରାଗାର ନିକଟରେ ରାହାଜାନି କରୁଥିବା ଅଭିଯୋଗରେ ୩ ଗିରଫ
କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଆନନ୍ଦପୁର ଉପକାରାଗାର ନିକଟରେ ରାହାଜାନି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବାଇକ୍, ତିନିଟି ମୋବାଇଲ୍ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ଆନନ୍ଦପୁରର ଦୀପକଜେନା, ରଞ୍ଜନ ସେଠୀ ଓ ଦୀନବନ୍ଧୁ ଦାସ । ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଉପକାରାଗାର ନିକଟରେ ପଣ୍ଡାପଡ଼ା ଅଞ୍ଚଳର ପ୍ରଶାନ୍ତ ସିଂହଙ୍କ ଠାରୁ ଦୁର୍ବତ୍ତମାନେ ୩ ହଜାର ଟଙ୍କା, ୩ଟି ମୋବାଇଲ ଲୁଟ୍ କରି ଫେରାର ହୋଇଯାଇଥିଲେ ।