ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ, ୪ଟି ବନ୍ଧୁକ ଜବତ
ସମ୍ବଲପୁର(କେନ୍ଯୁଜ୍): ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ । ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ପୋଲିସ ।
ଗିରଫ ବ୍ୟକ୍ତି ହେଲେ ହିରୋ ଗାଁର ଅଶୋକ ପ୍ରଧାନ, ଘୁଡାପାଲ ଗାଁର ସୁଶାନ୍ତ ସାହୁ ଓ ବସୁପାଲି ଗାଁର ତରଣୀ ପ୍ରଧାନ । ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ଜବତ କରିଛି ପୋଲିସ । ଏହି ବନ୍ଧୁକ ହାତୀ ଶିକାର କରିବାରେ ବ୍ୟବହାର ହେଉଥିଲା ବୋଲି ସୂଚନା ମିଳିଛି।