ବାଘଛାଲ ଓ ବନ୍ଧୁକ ସହ ତିନ ଗିରଫ

କନ୍ଧମାଳ : ଫୁଲବାଣୀ ବନ ବିଭାଗକୁ ମିଳିଛି ସଫଳତା । କଲରା ପତରିଆ ବାଘ ଛାଲ ଡିଲ ହେଉଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଫୁଲବାଣୀ ବନ ବିଭାଗର ଟିମ୍ ଗୁଦାରୀ ଗ୍ରାମ ନିକଟରେ , ଦୁଇଟି ବାଇକ୍ ରେ ତିନି ଜଣ ବାଘ ଛାଲ ମାଫିଆ ଡ଼ିଲ କରୁଥିବା ସମୟରେ ମାଡ଼ି ବସିଥିଲେ ।
ସର୍ଚ୍ଚ କଲାବେଳେ , ସେମାନଙ୍କ ପାଖରୁ ଏକ ବୟସ୍କ କଲର ପତରିଆ ବାଘ ଛାଲ ସହ ଗୋଟିଏ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, କୁଟୁରା ମୁଣ୍ଡର ସିଙ୍ଗ୍ଗ, ଛେରା ଓ ବନ୍ଧୁକ ପାଉଡର ସହ ଦୁଇ ବାଇକ୍ ଜବତ କରିଛି ବନ ବିଭାଗ । ଏଥିରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ତିନି ଅଭିଯୁକ୍ତ ହେଲେ ,ସଞ୍ଜୟ ମଲ୍ଲିକ, ତ୍ରିନାଥ ମଲ୍ଲିକ ଓ ପ୍ରଭାତ କହଁର । ସେମାନଙ୍କ ନାମରେ ଅନ୍ୟ କେଉଁ ମାମଲା ରହିଛି , ତାକୁ ନେଇ ଖୋଳତାଡ କରୁଛି ବନ ବିଭାଗ । ଆଗାମୀ ଦିନରେ ବାଘ ଛାଲ ମାଫିଆ ଓ ଶିକାରୀମାନଙ୍କୁ ଧରିବା ପାଇଁ ଟିମ୍ ଗଠନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଫୁଲବାଣୀ ବନ ବିଭାଗ ଅଧିକାରୀ ପ୍ରଶାନ୍ତ ପଟେଲ ।