ଅଜଣା ଗାଡି ଧକ୍କାରେ ୩ ଭାଲୁ ମୃତ

ବାଲେଶ୍ଵର (କେନ୍ୟୁଜ): ଅଜଣା ଗାଡି ଧକ୍କାରେ ତିନୋଟି ଭାଲୁ ମୃତ । ବାଲେଶ୍ୱର ଜିଲ୍ଲା ନୀଳଗିରି ବନବିଭାଗ ଅଧୀନ ଆଯୋଧ୍ୟା ମିତ୍ରପୁର ରାସ୍ତାରେ ଘଟିଛି ଏହି ଘଟଣା । ମୃତ ଭାଲୁଙ୍କ ମଧ୍ୟରେ ଦୁଇଟି ଛୁଆ ସହ ମା ରହିଥିବା ଜଣାପଡିଛି ।

ଖବର ଅନୁଯାୟୀ, ରବିବାର ଭୋର ସମୟରେ ତିନୋଟି ଭାଲୁ ରାସ୍ତା ପାର୍‌ ହେଉଥିଲେ । ଏହି ସମୟରେ ଏକ ଅଜଣା ଗାଡି ଆସି ଧକ୍କା ଦେଇଥିଲା । ଯାହାଫଳରେ ତିନୋଟି ଭାଲୁଙ୍କର ହିଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ନୀଳଗିରି ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.