ରେଢ଼ାଖୋଲ କଦଳୀଗଡ଼ ସାନ ରେଙ୍ଗଲି ଗାଁରେ ଅଘଟଣ: ୩ ଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ମୃତ

ରେଢ଼ାଖୋଲ(କେନ୍ୟୁଜ): ଭାଇଙ୍କ ଟାଙ୍ଗିଆ ଚୋଟରେ ଭାଇ ମୃତ । ରେଢ଼ାଖୋଲ କଦଳୀଗଡ଼ ପଞ୍ଚାୟତର ସାନ ରେଙ୍ଗଲି ଗାଁରେ ଅଘଟଣ । ୩ ଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ମୃତ । ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ।

ମୃତକ ଜଣକ ହେଲେ ସଞ୍ଜୟ ମୁଣ୍ଡା । ମୃତ ସଞ୍ଜୟର ଦିବ୍ୟାଙ୍ଗ ସ୍ତ୍ରୀ ଓ ନାବାଳକ ପୁଅକୁ ବି ହତ୍ୟା କରିବାକୁ ଯୋଜନା କରିଥିଲେ । କିନ୍ତୁ ସେମାନେ ଜଙ୍ଗଲରେ ଲୁଚି ଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ତାଙ୍କ ସ୍ତ୍ରୀ ଓ ପୁଅ ଜଙ୍ଗଲରୁ ଫେରି ସମସ୍ତ ଘଟଣା କହିଛନ୍ତି । ତେବେ ଅଭିଯୁକ୍ତ ଦୁଇ ବଡ ଭାଇଙ୍କୁ ଥାନାରେ ଅଟକ ରଖରଯାଇଛି । ସାଇଣ୍ଟିଫିକ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.