କଡା ସୁରକ୍ଷା ଭିତରେ ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ, ଆଜି ଦିନ ତମାମ ରଥ ଉପରେ ଚାଲିବ ନୀତିକାନ୍ତି

ପୁରୀ (କେନ୍ୟୁଜ୍): ପୁରୀ ଶରଧାବାଲିରେ ତିନି ରଥ । ଗୁଣ୍ଡିଚା ମନ୍ଦିର ଆଗରେ କଡା ସୁରକ୍ଷା ଭିତରେ ଅଛି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ । ରଥ ଉପରେ ଦିନ ତମାମ ନୀତିକାନ୍ତି ଚାଲିବ । ଏବେ ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ଗତକାଲି ଶାନ୍ତିଶୃଙ୍ଖଳାରେ ସରିଛି ମହାପ୍ରଭୁଙ୍କ ଘୋଷଯାତ୍ରା । ସନ୍ଧ୍ୟାରେ ତିନି ରଥ ଶରଧାବାଲିରେ ପହଞ୍ଚିଛନ୍ତି । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି । କାହିଁ କେତେ ଦୂରରୁ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି ପୁରୀ । ଦରିଆପାରିରୁ ଭକ୍ତ ବି କାଳିଆ ଠାକୁରଙ୍କ ଏହି ନବଦିନାତ୍ମକ ଯାତ୍ରାରେ ସାମିଲ ହୋଇଛନ୍ତି ।

ଦୁଇ ବର୍ଷ ପରେ ରଥଯାତ୍ରାରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ମହାପ୍ରଭୁଙ୍କୁ ପାଖରେ ପାଇ ସମସ୍ତେ ଭକ୍ତିଭାବରେ ଭିଜିଛନ୍ତି । ତିନି ରଥ ଚାରିପଟରେ କଡ଼ା ସୁରକ୍ଷା । ପୋଲିସ ଛାଉଣୀରେ ରହିଛି ପୁରୀ ସହର ।