ଶରଧାବାଲିରେ ତିନି ରଥ: ଆଜି ଗୋଟି ପହଣ୍ଡିରେ ଆଡପ ମଣ୍ଡପରେ ବିରାଜିବେ ମହାପ୍ରଭୁ

ପୁରୀ : ଶରଧାବାଲିରେ ତିନି ରଥ। ଆଜି ଶ୍ରୀ ଗୁଣ୍ଡିଚା ଯାତ୍ରାର ତୃତୀୟ ଦିନ।  ରଥାରୂଢ ଶ୍ରୀଜୀଉ ମାନେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି l ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରରେ ବାହାରି ଥିବା ବେଳେ ଆଜି ସନ୍ଧ୍ୟାରେ ଶ୍ରୀଜୀଉ ମାନଙ୍କ ଆଡପ ପହଣ୍ଡି କରାଯିବ। ଗୋଟି ପହଣ୍ଡିରେ ମହାପ୍ରଭୁ ବିରାଜିବେ ଆଡପ ମଣ୍ଡପକୁ l ମହାପ୍ରଭୁଙ୍କ ସାନ୍ଧ୍ୟ ଧୂପ ବଢିଵା ପରେ ପହଣ୍ଡି ଆରମ୍ଭ ହେବ।

ଆଜି ଆଡ଼ପ ପହଣ୍ଡି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଡପ ଦର୍ଶନ ସହ ଆଡପ ଅବଢା ପାଇ କୃତାର୍ଥ ହେବେ ଭକ୍ତ। ରଥଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସବୁଠୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିବା ପରେ ତିନି ରଥକୁ କର୍ଡନ କରି ରଖାଯାଇଛି। ୧୯୭୧ ପରେ ଗୋଟିଏ ଦିନରେ ପ୍ରଭୁଙ୍କ ନେତ୍ର ଉତ୍ସବ, ନବଯୌବନ ଦର୍ଶନ ଓ ଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ପୋଲିସ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା ।

You might also like