ନାକଚଣାରେ ଦର୍ପଦଳନ ଓ ତାଳଧ୍ଵଜ, ଆଜି ନନ୍ଦିଘୋଷର ହେବ ଦକ୍ଷିଣ ମୋଡ଼

ପୁରୀ : ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳା ଖେଳା ସରି ସରି ଆସୁଛି। ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆଜି ନନ୍ଦିଘୋଷ ରଥର ହେବ ଦକ୍ଷିଣ ମୋଡ଼ । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପର ଦିନ ଅର୍ଥାତ ଗତକାଲିସକାଳଧୂପ ପରେ ଗୁଣ୍ଡିଚା ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଆରମ୍ଭ ହୋଇଥିଲା ତିନିରଥର ଦକ୍ଷିଣମୋଡ ପ୍ରକ୍ରିୟା । ପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ଓ ପରେ ବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ପୋଲିସ ବାହିନୀଙ୍କ ଦ୍ବାରା ଟଣାଯାଇ ଦକ୍ଷିଣମୋଡ କରାଯିବା ସହ ଦୁଇରଥ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ରହିଛନ୍ତି ।

ତେବେ ସଂଧ୍ୟା ହୋଇଯିବାରୁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟଣାଯାଇନଥିବା ବେଳେ ଆଜି ଏହାକୁ ଟଣାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯିବ। ସେପଟେ ଆଡପମଣ୍ଡପରେ ସରିସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭିଡ଼ ଜମୁଛି ।

ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେବା ପୂର୍ବରୁ ଆକ୍ସନ ମୋଡ଼ରେ ଅରବିନ୍ଦ ପାଢ଼ୀ । ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ କଡ଼ା ଚେତାବନୀ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ‘ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ। ଅଣସେବାୟତ ରଥ ଉପରେ ମୋବାଇଲ୍ ନେଉଥିବା ପରିଲକ୍ଷିତ ହେଉଛି । ଏଭଳି ବିଶୃଙ୍ଖଳା ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ’ ବୋଲି କହିଛନ୍ତି ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

 

You might also like