ରାଜ୍ୟ

କାର୍ ଧକ୍କାରେ ଚାଲିଗଲା ତିନି ନିଷ୍ପାପ ଶିଶୁଙ୍କ ଜୀବନ, ଏବେ ଝୁରୁଛି ସମଗ୍ର ଶରଧାପାଲି

ସୁବର୍ଣ୍ଣପୁର: ପୁଅକ ଝୁରି ବାହୁନି ବାହୁନି କାନ୍ଦୁଛି ମାଁ । କାନ୍ଦ ବୋବାଳରେ ଫାଟି ପଡୁଛି ଘର । ଆଉ ଶୁନଶାନ ହୋଇଯାଇଛି ଗାଁ ଦାଣ୍ଡ । ପରସ୍ପର ଭିତରେ  ଟୁପୁରୁ ଟାପୁରୁ ଚାଲିଥିବା ବେଳେ ଗାଁ ଭିତରେ ଗାଡି ଦେଖିଲେ ଡରିଯାଉଛନ୍ତି ଏମାନେ । ଯେଉଁମାନେ ବି ଗାଁ ଦାଣ୍ଡରେ ଛିଡା ହୋଇ ରହିଛନ୍ତି ସେମାନଙ୍କ ପାଟିରୁ କଥା ବାହାରୁନି। ମନର କୋହକୁ ମନଭିତରେ ଚାପି କେବଳ ଝୁରି ହେଉଛନ୍ତି ତିନି କୋମଳ ମତି ଶିଶୁଙ୍କୁ ।

ସେପଟେ ଏକୋଇର ବଳା ପୁଅ ସୁବ୍ରତକୁ ହରାଇ ମାଁ ବାହୁନି ବାହୁନି କାନ୍ଦୁୁଥିବା ବେଳେ ବେସାହାରା ହୋଇ ପଡିଛନ୍ତି ବାପା । ସଂସାର ଉଜୁଡି ଗଲା କୂଳ ବି ରହିଲାନି । ଯାହାକୁ ନେଇ ଭାଙ୍ଗି ପଡିଛନ୍ତି ମୃତ ସୁବ୍ରତର ବାପା ଓ ମାଁ । ଖାଲି ଏମାନେ ନୁହଁନ୍ତି, ଗୋଟିଏ ଗାଁରୁ ତିନି ତନି ଜଣଙ୍କର କାର ଧକ୍କାରେ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଛି । ବିଶ୍ୱାସ ବି କରିପାରୁନାହାନ୍ତି ଗ୍ରାମବାସୀ । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ କଲାପଥର ପଂଚାୟତ ସରଧାପାଲି ଗାଁର ଘଟଣା । କାର୍ ଧକ୍କାରେ ମୃତ୍ୟୁବରଣ କରିଥିବା ତିନି ନିଷ୍ପାପ ଶିଶୁଙ୍କୁ ଝୁରି ହେଉଛନ୍ତି ଗ୍ରାମବାସୀ । ଏଯାଏ କାହାରି ଚୁଲି ଜଳି ନଥିବା ବେଳେ ଏମାନଙ୍କୁ ଝୁରି ହେଉଛନ୍ତି ଶରଧାପାଲି ଗ୍ରାମବାସୀ ।

ସୁବର୍ଣ୍ଣପୁର ବିନିକା ରାସ୍ତାର ସରଧାପାଲି ଗାଁ ବୁଲାଣି ରାସ୍ତାରେ ରହିଛି ସରଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଠିକ୍ ପରିକ୍ଷା ସରିବା ପରେ ଛାତ୍ର/ଛାତ୍ରୀମାନେ ହସ ଖୁସୀରେ ଘରକୁ ଯିବାକୁ ବାହାରିଥିଲେ । ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ସୁବ୍ରତ ଭୁଏ,ଷଷ୍ଠ ଶ୍ରେଣୀର ଛାତ୍ର ରାଜେସ ପେରା,ଏବଂ ପଂଚମ ଶ୍ରେଣୀ ଛାତ୍ର ରାଜା ପେରା ଙ୍କ ପାଇଁ ନୀୟତିର ଲେଖାଥିଲା ଭିନ୍ନ କିଛି । ଅକାଳରେ ଚାଲିଗଲା ତିନି ନିଷ୍ପାପ ଶିଶୁଙ୍କ ଜୀବନ। ଅର୍ଜୁନପୁରରୁ ବିନିକା ରାସ୍ତା ଦେଇ ଦୃତ ଗତିରେ ଆସୁଥିବା ଏକ ମହେନ୍ଦ୍ରା କ୍ୱାଣ୍ଟମ ଗାଡି ସ୍କୁଲ ଫାଟକ ନିକଟରେ ୪ ଶିଶୁଙ୍କୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଛାତ୍ରଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି କପିଲ ଭୁଏ ଚିକିତ୍ସାଧିନ ଅଛନ୍ତି । ସେପଟେ ପରିଣତ ବୟସରେ ସାହା ଭରଷା ହେବା ପାଇଁ ଆଶା ରଖିଥିବା ଏକମାତ୍ର ପୁତ୍ର ସୁବ୍ରତଙ୍କ ମୃତ୍ୟୁରେ ବାପା ସୁଦାମ ଭୋଇ ଭାଙ୍ଗି ପଡିଛନ୍ତି । ଶୋକ ସନ୍ତପ୍ତ ପରିବାରଙ୍କୁ ମୁଖ୍ୟ ମନ୍ତ୍ରୀ ସମବେଦନା ଦଣାଇବାସହ ମୃତକଙ୍କ ପରିବାରକୁ ତିନି ଲକ୍ଷ ଟଙ୍କା ଲେଖାଁଁଏଁ ସହାୟତା ରାଶି ଘୋଷଣା କରିଛନ୍ତି । ହେଲେ ଏମାନେ ଗରିବା ହୋଇଥିବା ବେଳେ ମୃତକଙ୍କ ପରିବାରଙ୍କୁ ଅଧିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

ସରିଥିଲା ପରୀକ୍ଷା । ଆଉ କିଛି ସମୟ ପରେ ପହଂଚିଥାନ୍ତେ ଘରେ । ହେଲେ ନୀୟତି ଲେଖିଥିଲା ଭିନ୍ନ କିଛି । ହଠାତ ମାଡି ଆସିଲା କାର । ଆଉ କାର୍ ଧକ୍କାରେ ଚାଲିଗଲା ତିନି ନିଷ୍ପାପ ଶିଶୁଙ୍କ ଜୀବନ । ନିଆଁରେ ପୋଡି ପାଉଁଶ ହୋଇଯାଇଛନ୍ତି ଏମାନେ । ହେଲେ ଏମାନଙ୍କୁ ଝୁରୁଛି ଗାଁ । ଆଉ ଝୁରୁଛନ୍ତି ଆତ୍ମୟ ସ୍ୱଜନ ।

 

Sonalisa

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

32 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

54 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

1 hour ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago