ସମ୍ବଲପୁର: ତ୍ରୁଟିପୂର୍ଣ୍ଣ ବିଲ୍ କରିବା ଅଭିଯୋଗରେ ୩ କନଷ୍ଟେବଲ ନିଲମ୍ବିତ

ସମ୍ବଲପୁର (କେନ୍ୟୁଜ୍): ସମ୍ବଲପୁର ପୋଲିସର ୩ କନେଷ୍ଟଵଳ ନିଲମ୍ବିତ । ଗତ ପଞ୍ଚାୟତ ନିର୍ବାଚନରେ ଡିଜେଲ ଦୁର୍ନିତି କରିବା ନେଇ ରିର୍ଜଭ ଏମଭି ବିଭାଗ ରେ କାର୍ଯ୍ୟରତ ୩ କନେଷ୍ଟେବଳଙ୍କୁ ଆଜି ଏସିପି ନିଲମ୍ବନ କରିଛନ୍ତି।

ସୂଚନାଯୋଗ୍ୟ ଯେ ପଞ୍ଚାୟତ ନିବାଚନରେ ପୋଲିସ ବିଭାଗ ପକ୍ଷରୁ ନିର୍ବାଚନ କାର୍ଯ୍ୟ ପାଇଁ ବ୍ୟବହାର ହୋଇଥିବା ଗାଡି ଗୁଡ଼ିରେ ତେଲ ଭର୍ତ୍ତି ର ଓଭର ବିଲିଂ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ସମ୍ବଲପୁର ପୋଲିସ ତରଫରୁ ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ୩ ଜଣ କନେଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର । ନିଲମ୍ବିତ ହୋଇଥିବା ୩ କନେଷ୍ଟେବଳ ମାନେ ହେଲେ ସୀମାଂଚଳ ସେଠୀ, ଅଜିତ ଧଳ ଓ ରଞ୍ଜିତ ସ୍ବାଇଁ । ଏନେଇ ଆଜି ସମ୍ବଲପୁର ଏସ ପି ବାତୁଲା ଗଙ୍ଗାଧର ସୁଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.