ଗୁଣିଆ ସନ୍ଦେହ ହତ୍ୟା ମାମଲାରେ ତିନି ଅଭିଯୁକ୍ତଙ୍କୁ ସଜା : ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ

ରାୟଗଡା (କେନ୍ୟୁଜ): ରାୟଗଡା ଜିଲ୍ଲାର ଶେଷଖାଲ ଥାନା ଅନ୍ତର୍ଗତ ଅର୍ପଣା ଗ୍ରାମରେ ହୋଇଥିବା ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ଆଜି ରାଏ ପ୍ରକାଶ ପାଇଛି । ଗତ ୨୦୧୭ ମସିହା ଡିସେମ୍ବର ୩୧ ତାରିଖରେ ଅର୍ପଣା ଗ୍ରାମର ରତୁନୁ ଜିଲକାରାଙ୍କୁ ଗୁଣିଆ ସନ୍ଦେହରେ ନିର୍ମମ ଭାବେ ହତ୍ୟା କରିଥିବା ମାମଲାର ଆଜି ରାୟଗଡା ଜିଲ୍ଲା ଦୌରାଜର୍ଜ ଶୁଣାମି କରିଛନ୍ତି।

ଆଜି ଜିଲ୍ଲା ଦୈାରାଜଜ ବିକ୍ରମ ପଟ୍ଟନାୟକ ମୁଖ୍ୟ ଅଭିଯୁକ୍ତ ବିଚାରଧୀନ କଏଦୀ ପୁନାଲୁ ସିରିକା, ବିନୋଦ ମାଣ୍ଡାଙ୍ଗି,ମରିଶି ଜିଲାକାରା ୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଏବଂ ଅନ୍ୟ ୨ଜଣ ସହଯୋଗୀ ରମେଶ ତାଡିଙ୍ଗି ଓ ରାମା କଣ୍ଡାଗରୀଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ରତୁନୁ ଜିଲାକାରା ଗ୍ରାମରେ ଗୁଣି ଗାରେଡି କରୁଥିବା ସନ୍ଦେହରେ ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.