ପ୍ଲାଜମା ଥେରାପିରେ ସୁସ୍ଥ ହେଲେ ଗଞ୍ଜାମର ତିନି କରୋନା ଆକ୍ରାନ୍ତ

ଗଞ୍ଜାମ: ରୋଗୀଙ୍କୁ ନୂଆ ଜୀବନ ଦେଉଛି ପ୍ଲାଜମା । ମାରାତ୍ମକ କରୋନାରେ ପୀଡିତ ହୋଇ ମଧ୍ୟ ଆରୋଗ୍ୟ ଲାଭ କରୁଛନ୍ତି ରୋଗୀ । କିଛି ଦିନ ତଳେ କଟକର ଜଣେ ୪୮ ବର୍ଷୀୟା ମହିଳା ସୁସ୍ଥ ହୋଇଥିବା ନେଇ ଖବର ପ୍ରକାଶ ପାଇଥିବା ବେଳେ ପ୍ଲାଜମା ଚିକିତ୍ସା ପରେ କରୋନାରୁ ସୁସ୍ଥ ହୋଇଛନ୍ତି ଗଞ୍ଜାମର ତିନି ଜଣ କରୋନା ଆକ୍ରାନ୍ତ । କରୋନା ପଜିଟିଭ ଚିହ୍ନଟ ହେବା ପରେ ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା । ଏମାନେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ ।

ଏହାପରେ ଟାଟା ହସ୍ପିଟାଲରେ ଏମାନଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା କରାଯାଇଥିଲା । ପ୍ଲାଜମା ଚିକିତ୍ସା ପରେ ଏମାନେ ସୁସ୍ଥ ହୋଇଥିବା ଜଣା ଯାଇଛି । ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି । ସୁସ୍ଥ ହେବା ପରେ ଗଞ୍ଜାମ ଜିଲ୍ଲାପାଳ ଏମାନଙ୍କୁ ଫୁଲ ଦେଇ ସ୍ୱାଗତ କରିଛନ୍ତି । ସେହିପରି ସୁସ୍ଥ ହୋଇଥିବା ସମସ୍ତଙ୍କୁ ପ୍ଲାଜମା ଦାନ ପାଇଁ ଜିଲ୍ଲାପାଳ ଅପିଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.