କିସ ବିଶ୍ୱବିଦ୍ୟାଳୟରେ ନ୍ୟାସନାଲ ସେମିନାର ଓ ଟ୍ରେନିଂ ପ୍ରୋଗ୍ରାମ ଅନ ପ୍ଲାଜମା ଉଦଘାଟିତ

ଭୁବନେଶ୍ୱର(କେନ୍ୟୁଜ) : କିସ ବିଶ୍ୱବିଦ୍ୟାଳୟରେ ନ୍ୟାସନାଲ ସେମିନାର ଓ ଟ୍ରେନିଂ ପ୍ରୋଗ୍ରାମ ଅନ ପ୍ଲାଜମା ଉଦଘାଟିତ। ଭାରତୀୟ ବିଜ୍ଞାନ କଂଗ୍ରେସ ଭୁବନେଶ୍ୱର ଚାପ୍ଟର ସହ କିଟ୍ ଓ କିସ ବିଶ୍ୱବିଦ୍ୟାଳୟ ଏବଂ ଭାରତ ସରକାରଙ୍କ ଗୁଜରାଟ ଗାନ୍ଧିନଗର ସ୍ଥିତ ଇନ୍ଷ୍ଟିଚ୍ୟୁଟ ଅଫ୍ ପ୍ଲାଜମା ସହଯୋଗରେ ଏହି ସେମିନାର ଆୟୋଜିତ ହୋଇଛି।

ଓଡିଶା ଷ୍ଟେର୍ଟ ଏଜୁକେସନ କାଉସିଲର ଭାଇସ -ଚେୟାରପର୍ସନ ପ୍ରଫେସର ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସେମିନାରକୁ ଉଦଘାଟନ କରିଥିଲେ। ବର୍ତ୍ତମାନ ସାଇନ୍ସ ପ୍ଲାଜମାର ଗୁରୁତ୍ୱ ଓ ଆବଶ୍ୟକତା ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।

ଅଧିକରୁ ଅଧିକ ବିଜ୍ଞାନ ପାଠ୍ୟକ୍ରମକୁ ଗୁରୁତ୍ୱ ଦେବା ସହ ବିଜ୍ଞାନର ନୂତନ ଜ୍ଞାନ କୌଶଳ ଶିକ୍ଷାକରିବା ସେମିନାରର ମୂଳ ଲକ୍ଷ୍ୟ। ଡିସେମ୍ବର ୨୨ ତାରିଖ ପର୍ଯନ୍ତ ଚାଲିବାକୁ ଥିବା ଏହି ସେମିନାରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ ହୋଇ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ବିଦ୍ୟାଳୟରେ ବିଜ୍ଞାନର ଶିକ୍ଷାକୁ ବ୍ୟାପକ କରିବା ସଂପର୍କରେ ମଧ୍ୟ ଉପସ୍ଥିତ ଅତିଥିମାନେ ଆଲୋଚନା କରିଛନ୍ତି। ଗୁଜୁରାଟର ଇନଷ୍ଟିଚୁଟ ଫୋର ପ୍ଲାଜମା ରିସର୍ଚ୍ଚ ସଂସ୍ଥା ମଧ୍ୟ ସେମିନାର ପାଇଁ ସହଯୋଗ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.