AI କ୍ୟାମେରା ଯୋଗୁଁ ବଞ୍ଚିଗଲା ତିନି ହାତୀଙ୍କ ଜୀବନ

ରାଉରକେଲା : AI କ୍ୟାମେରା ଯୋଗୁଁ ବଞ୍ଚିଗଲା ତିନି ହାତୀଙ୍କ ଜୀବନ ।  ରାଉରକେଲା ବନଖଣ୍ଡରେ ଲାଗିଥିବା ଏ ଆଇ ସେନ୍ସର କ୍ୟାମେରା ଯୋଗୁଁ ବଞ୍ଚିଗଲା ୩ ଜୀବନ ।  ରାଉରକେଲା ବନ ବିଭାଗ ଡିଭିଜନରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ରାଉରକେଲା ଡିଭିଜନରେ ହାତୀ ମୃତ୍ୟୁ ମାମଲା ବଢ଼ିବା ପରେ ବନ ବିଭାଗ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି ।

ରେଳବାଇ ଟ୍ରାକ ନିକଟରେ ହାତୀ ପଲ ଯାଉଥିବା ବେଳେ ହାୱଡ଼ା- ମୁମ୍ବାଇ ରେଳ ଲାଇନରେ ଟ୍ରେନ ଆସୁଥିଲା । ଏହି ସମୟରେ ସେନ୍ସର ଏହାକୁ କ୍ୟାପଚର କରି କଣ୍ଟ୍ରୋଲ ରୁମକୁ ପଠାଇଥିଲେ । ଏହାପରେ ଟ୍ରେନକୁ ଅଟକା ଯାଇଥିଲା ଏବଂ ହାତୀ ପଲରେ ଥିବା ଦୁଇଟି ହାତୀ ସହ ଜଣେ ଶାବକ ହାତୀ ଜୀବନ ବଂଚିଛି ।  ରାଉରକେଲା ଡିଭିଜନରେ ଚାରୋଟି ଟାୱାରରେ ଏଆଇ ସେନ୍ସର କ୍ୟାମେରା ଲାଗିଛି ।  ରାଉରକେଲା ଡିଭିଜନର ଡୋଳା କଟୁଆ , ଚମ୍ପଝରଣ, ସୋନଖାନ ଓ ମହିପାନି ପାଖରେ ଏହି ଏଆଇ କ୍ୟାମେରା ଖଞ୍ଜାଯାଇଛି ।