ଢେଙ୍କାନାଳ: କଙ୍କଡାହାଡ ବିରାଶାଳ ଏୟାରଷ୍ଟ୍ରିପରୁ ଏକାସଙ୍ଗେ ଉଡାଣ ଭରିଲା ୩ଟି ବିମାନ

ଢେଙ୍କାନାଳ : ଏକାସଙ୍ଗେ ଉଡିଲା ୩ଟି ବିମାନ। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବିରାଶାଳ ଏୟାରଷ୍ଟ୍ରିପରୁ ବିମାନ ଉଡାଣ ଭରିଛନ୍ତି। ବିରାଶାଳ ଏୟାରଷ୍ଟ୍ରିପ ମାନ୍ୟତା ପାଇବା ପରେ ନଭେମ୍ବର ୨୬, ୨୭ ଓ ୨୮ ତିନି ଦିନ ପରୀକ୍ଷାମୂଳକ ତାଲିମ ଆରମ୍ଭ ହୋଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ୩ଟି ବିମାନ ସାମିଲ ଥିଲେ। ଦୁଇ ସିଟ୍‌ ବିଶିଷ୍ଟ ଗୋଟିଏ ଏବଂ ୪ ସିଟ୍‌ ବିଶିଷ୍ଟ ୨ଟି ବିମାନ ରହିଛି। ୧୦ଜଣ ପାଇଲଟ ଛାତ୍ରଛାଚ୍ରୀ ଉଡାଣରେ ସାମିଲ ହୋଇଥିଲେ। ବିରଶାଳା ଏୟାରଷ୍ଟ୍ରିପର ୧କିଲୋମିଟର ୨୦୦ମିଟର ଲମ୍ବ ରନୱେ ପାଇଁ ଖର୍ଚ୍ଚ ହୋଇଛି ୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ୫୭ଏକର ଜାଗାରେ ଏହି ଏୟାରଷ୍ଟ୍ରିପ ନିର୍ମାଣ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.