ବଣଭୋଜି କରୁ କରୁ କୋଏଲ ନଦୀରେ ବୁଡ଼ିଗଲେ ତିନି ସାଙ୍ଗ, ଜଣେ ମୃତ ଓ ଦୁଇ ନିଖୋଜ

ରାଉରକେଲା(କେ ନ୍ୟୁଜ): ଭୋଜି କରିବାକୁ ଯାଇ ଗାଧୋଇବା ହେଲା କାଳ । ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡ଼ିଗଲେ ୩ ସାଙ୍ଗ । ରାଉରକେଲା କୋଏଲ ନଦୀରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ଦୁଇ ଜଣ ନିଖୋଜ ଅଛନ୍ତି । ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ଅଗ୍ନିଶମ ବାହିନୀର ୩ଟି ଟିମ୍‌ । ମୃତ ଓ ନିଖୋଜ ଛାତ୍ରଙ୍କର ପରିଚୟ ମିଳି ପାରିନାହିଁ । ସେମାନେ ସ୍ଥାନୀୟ ଏକ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.