ଶ୍ରୀମନ୍ଦିରର ତିନୋଟି ଦ୍ଵାର ମରାମତି ସହ କରାଯିବ ରୂପା ଛାଉଣୀ, ସିସିଟିଭି ନିୟନ୍ତ୍ରଣରେ ହେବ ଏହି କାର୍ଯ୍ୟ

ପୁରୀ: ଶ୍ରୀମନ୍ଦିରର ତିନୋଟି ଦ୍ଵାର ମରାମତି ସହ ରୂପା ଛାଉଣୀ କରାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ସୁବୁଦ୍ଧିଙ୍କ ନେତୃତ୍ୱରେ ୫ ଜଣିଆ ଟିମ ମାପଚୁପ ଓ ଯାଞ୍ଚ କରିଥିଲେ । ଏହି ୩ଟି ଦ୍ୱାର ନଷ୍ଟ ହୋଇଥିବାରୁ ଏଗୁଡ଼ିକୁ ବଦଳାଇ ବର୍ମାଟିକ୍‌ କାଠରେ ର୍ନିମିତ ହେବ । ଆସନ୍ତା କାର୍ତ୍ତିକ ମାସରେ ଭକ୍ତ ନିବାସରେ ୧୫ ଜଣ କାରିଗରଙ୍କ ଦ୍ୱାରା କବାଟର ଫ୍ରେମ ପ୍ରସ୍ତୁତ ହେବ । ସିସିଟିଭି ନିୟନ୍ତ୍ରଣରେ ଏହି କାର୍ଯ୍ୟ କରାଯିବ ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନଲାଇନ ମାଧ୍ୟମରେ କବାଟ ଫ୍ରେମିଂ କାର୍ଯ୍ୟ ଦେଖିପାରିବେ । ପରେ ଏଗୁଡ଼ିକୁ ରୂପା ଛାଉଣୀ କରାଯିବ । ଏଥିପାଇଁ ୧୮ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଶାସନ ପକ୍ଷରୁ ବ୍ୟୟ ଅଟକଳ ସହ ଡ଼ିଜାଇନ ପ୍ରସ୍ତୁତ ହୋଇଛି । ଖୁବଶୀଘ୍ର ଦ୍ୱାର ନିର୍ମାଣ ପାଇଁ କାଠ ଆସି ପହଁଚିବ । ମହାପ୍ରଭୁ ସୁବର୍ଣ୍ଣ ବେଶରେ ବିଭୂଷିତ ହେଉଥିବା ସମସ୍ତ ଅଳଙ୍କାରର ଆଉ ଏକ ସେଟ ତିଆରି କରାଯିବ । ମହାପ୍ରଭୁଙ୍କ ଶ୍ରୀମୁଖ ପଦ୍ମ, ତଡକି, ଝୋବା କଣ୍ଠି ଏବଂ ବିଭିନ୍ନ ପ୍ରକାର ମାଳ ତିଆରି କରାଯିବ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧକ୍ଷତାରେ ଗତକାଲି ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.