ବିହାରରେ ପଣ ବନ୍ଦୀ ହୋଇ ରହିଛନ୍ତି ୩ ଯୁବତୀ, ଉଦ୍ଧାର କରିବାକୁ ସାଧାରଣରେ ଦାବି

ରାଜନଗର : ମାତିଛନ୍ତି ଯୁବତୀ ଚାଲାଣ ରାକେଟ । ଗାଁ ଗହଳି ରୁ ପରିବାର ଚଳାଇବାକୁ ଅଣ୍ଟା ଭିଡିଥିବା ନିରୀହ ନିଷ୍ପlପ ଯୁବତୀ ଶିକାର ହେଉଛନ୍ତି ଏହି ରାକେଟ ରେ l ଏବେ ବି ଓଡ଼ିଶାର ୪ ଜଣ ଯୁବତୀ ବିହାରରେ ପଣ ବନ୍ଦୀ ହୋଇ ରହିଛନ୍ତି । ଭୁବନେଶ୍ୱର ଏକ ବିସ୍କୁଟ କମ୍ପାନୀ ରେ କାମ ଦେବାକୁ କହି ଶଙ୍କର ଭଞ୍ଜ ନାମକ ଜଣେ ବ୍ୟକ୍ତି କିଛି ଯୁବତୀଙ୍କୁ ନେଇ ବିହାରରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି l ସେଠାରେ ମାଲିକ ଅର୍କେଷ୍ଟାରେ ନଚେଇବା ସହିତ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କରୁଛି l ତିନି ଜଣ ଯୁବତୀ ସେମାନଙ୍କ କବଳରୁ କୌଶଳ କ୍ରମେ ଖସି ଆସିଥିବା ବେଳେ ରାଜନଗର ଥାନା ଅଞ୍ଚଳର ଜଣେ ଯୁବତୀ ଓ ସାଲେପୁର ଅଞ୍ଚଳର ୩ ଜଣ ଯୁବତୀ ବିହାରରେ ପଣ ବନ୍ଦୀ ରହିଛନ୍ତି । ସେଠାରେ ସେମାନଙ୍କୁ ଶାରୀରିକ ମାନସିକ ନିର୍ଯାତନା ଦିଆ ଯାଉଛି l ଏମିତି ଏକ ଚାଞ୍ଚଲ୍ୟକର ଖବର ଆସିଛି ରାଜନଗର ଅଂଚଳରୁ l
ରାଜନଗର ବ୍ଲକ ସାନବଡ ଗୋପାଳପୁର ପଞ୍ଚାୟତ ଭାଟପଡା ଗାଁର ଶରତ ଚନ୍ଦ୍ର ଦାସଙ୍କ ଝିଅ ଓ ଝିଆରୀ । ଉଭୟଙ୍କ ବୟସ ୧୯ବର୍ଷ ଗତ ଅକ୍ଟୋବର ମାସରେ ଭୁବନେଶ୍ୱରରେ ବିସ୍କୁଟ କମ୍ପାନୀରେ କାମ ଦେବାକୁ କହି ସର୍ଦ୍ଦାର ନିଶ୍ଚିନ୍ତ କୋଇଲି ଥାନା ଅନ୍ତର୍ଗତ କାନପୁର ଗାଁର ଶଙ୍କର ଭଞ୍ଜ ନେଇଥିଲେ । ଭୁବନେଶ୍ଵର ବିସ୍କୁଟ ଫ୍ୟାକ୍ଟ୍ରିରେ ତିନିଦିନ କାମ କରାଇଥିଲେ । ପରେ କମ୍ପାନୀର ନୂଆ ଫ୍ୟାକ୍ଟ୍ରି ରେ କାମ କରିବାକୁ କହି ବିହାରକୁ ନେଇଯାଇଥିଲେ । ସେଠାରେ ସଂଜୟ ଭବନ ନାମକ ବ୍ୟକ୍ତିଙ୍କ ନିକଟରେ ଝିଅ, ଝିଆରୀ ଓ ସାଲେପୁର ଅଂଚଳର ୪ ଜଣ ଯୁବତୀଙ୍କୁ ଛାଡି ଦେଇ ଚାଲିଆସିଥିଲା । ଶଙ୍କର ସେଠାରୁ ଚାଲି ଆସିବା ପରେ ବିହାରର ପାଟଣା ସହର ରେ ସଞ୍ଜୟ ଭୁବନ ସେମାନଙ୍କୁ ଅର୍କେଷ୍ଟା ପାର୍ଟି ରେ ନିୟୋଜିତ କରିଥିଲେ ।
ଯୁବତୀ ମାନେ ସେମାନଙ୍କୁ କହିଥିଲେ ଆମକୁ ବିସ୍କୁଟ କମ୍ପାନୀ ରେ କାମ କରାଇବାକୁ ଅଣାଯାଇଛି, ଆମେ ଏହି ଅନୈତିକ କାମ କରିବେ ନାହିଁ ହେଲେ ସେମାନେ ଯୁବତୀଙ୍କ କଥା ଶୁଣିନଥିଲେ । ଏ ସଂପର୍କରେ ଯୁବତୀ ମାନେ ଶଙ୍କରଙ୍କୁ ଜଣାଇଥିଲେ ମଧ୍ୟ ସେ କୈାଣସି କଥା ଶୁଣି ନଥିଲେ । ସେମାନେ ବାଧ୍ଯ ହୋଇ ସେଠାରେ କାମ କରିଥିଲେ । କାମ ନକଲେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିଲା । ଅର୍କେଷ୍ଟାରେ ଗାତ ଖୋଳିବା ଠାରୁ ନାଚିବା ଯାଏଁ କାମରେ ଯୁବତୀ ମାନଙ୍କୁ ନିୟୋଜିତ କରାଯାଉଛି । ସେମାନଙ୍କ ମୋବାଇଲ ଛଡାଇ ନେବା ସହ ବାହାରକୁ ଛଡା ଯାଉନଥିଲା । ଏ ନେଇ ପରିବାର ଲୋକେ ରାଜନଗର ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସର ପ୍ରତିକ୍ରିୟା ମିଳି ପାରିନି ।