ବହୁ ଚର୍ଚ୍ଚିତ ଉମରକୋଟ ୩ ଯୁବତୀଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ: ମିନାବଜାର ଯିବାକୁ ମନା କରିବାରୁ ଆତ୍ମହତ୍ୟା

ଉମରକୋଟ(କେନ୍ୟୁଜ୍): ବହୁ ଚର୍ଚ୍ଚିତ ଉମରକୋଟ ୩ ଯୁବତୀଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ । ମିନାବଜାର ଯିବାକୁ ମନା କରିବାରୁ ଗଛରେ ଝୁଲି ଆତ୍ମହତ୍ୟା । ୩ ଯୁବତୀ ହେମଲତା ଗୌଡ, କୌଶଲ୍ୟା ମାଝୀ ଓ ଫୁଲମତି ମାଝୀ ଉମରକୋଟରେ ହେଉଥିବା ମିନା ବଜାର ଯିବାକୁ ଘରଲୋକଙ୍କୁ ଜଣାଇଥିଲେ । ଘର ଲୋକ ବାରଣ କରିବାରୁ ଗଛରେ ଝୁଲି ଅତ୍ମହତ୍ୟା କରିଥିଲେ ବୋଲି ପୋଲିସ କହିଛି ।

ଗତ ୯ ତାରିଖରେ ଉମରକୋଟ ଥାନା ତୋହରା ପଞ୍ଚାୟତ ଡଙ୍ଗରିଭଟା ଗାଁରେ ଘଟିଥିଲା ଘଟଣା । ଗୋଟିଏ ଗଛରୁ ୩ ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରେ ଉମରକୋଟ ପୋଲିସ ଓ ନବରଙ୍ଗପୁରର ଏକ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏସମ୍ପର୍କରେ ଅଧିନ ସୂଚନା ଦେଉଛନ୍ତି ଆମ ଉମରକୋଟ ରିପୋର୍ଟର ଅନୁରାଗ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.