ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

ମାଲକାନଗିରି : ମାଲକାନଗିରି ପୋଲିସ ନିକଟରେ ୩ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଏସ୍‌ପି ଓ ବିଏସଏଫ DIGଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି । ଏହି ୩ ଜଣ ମାଓବାଦୀହେଲେ ମାଇନୁ, ରାମେଏବଂ ରଘୁ । ମାଇନୁ ଏବଂ ରାମେ ଛତିଶଗଡ଼ ମୂଳବାସିନ୍ଦା ହୋଇଥିବା ବେଳେ ରଘୁ ସ୍ୱାଭିମାନ ଅଞ୍ଚଳର ବାସିନ୍ଦା ବୋଲି ପୋଲିସ କହିଛି ।

ଦୁଇ ମାଓବାଦୀଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ଓ ଅନ୍ୟ ଜଣଙ୍କ ପାଇଁ ଏକ ଲକ୍ଷ ଟଙ୍କା ପୋଲିସ ପୁରସ୍କାର ରାଶି ଘୋଷଣା କରିଥିଲା । ମାଓବାଦୀ ସଂଗଠନରେ ତେଲୁଗୁ କ୍ୟାଡରଙ୍କ ଅତ୍ୟାଚାର ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି କହିଛନ୍ତି ମାଲକାନଗିରି ଏସ୍‌ପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.