କଟକରେ ୩ଜଣ ହୋମ ଗାର୍ଡ ଗିରଫ: ଚିକିତ୍ସା ପାଇଁ ଆସୁଥିବା ଯାତ୍ରୀଙ୍କ ଠାରୁ ଲୁଟି ନେଇଥିଲେ ୨୫ ହଜାର ଟଙ୍କା
କଟକ: ପୋଲିସକୁ ବାନ୍ଧିଲା ପୋଲିସ। କଟକରେ ତିନି ହୋମ ଗାର୍ଡ ଗିରଫ। ଯାତ୍ରୀଙ୍କ ଠାରୁ ଲୁଟ ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।
ଗତ ୧ ତାରିଖ ଭୋର ସମୟରେ ଦୋଳମୁଣ୍ଡାଇ ଛକ ରୁ ଲୁଟ୍ ହୋଇଥିଲା। ପାଖାପାଖି ୨୫ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଚିକିତ୍ସା ପାଇଁ ଜଣେ ଯାତ୍ରୀ ଆସୁଥିବାବେଳେ ତାଙ୍କଠାରୁ ଟଙ୍କା ଲୁଟି ନେଇଥିଲେ ଏହି ହୋମ ଗାର୍ଡ ମାନେ। ଏହି ତିନି ହୋମ ଗାର୍ଡ ପୁରିଘାଟ ଥାନାରେ କାର୍ଯ୍ୟରତ ଥିଲେ। ତେବେ ଅଭିଯୋଗକୁ ଆଧାର କରି ବାଦାମବାଡ଼ି ଥାନା ପୋଲିସ ୩ଜଣଙ୍କୁ ଗିରଫ କରିଛି।