ଅଗ୍ନିକାଣ୍ଡରେ ୩ ବଖରା ଘର ଭସ୍ମୀଭୂତ, ବହୁ ସଂଖ୍ୟାର ଆସବାବପତ୍ର ପୋଡି ନଷ୍ଟ

ଟାଙ୍ଗୀ(କେନ୍ୟୁଜ୍): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତର ମାଳୁଆଝୋଲା ଗ୍ରାମରେ ଅଗ୍ନିକାଣ୍ଡ । ତେବେ ଏହି ଅଗ୍ନିକାଣ୍ଡରେ ତିନି ବଖରା ଘର ଭସ୍ମୀଭୂତ ହୋଇଯାଇଥିବା ଜଣାପଡ଼ିଛି ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଅଳ୍ପ ପରିମାଣରେ ନିଆଁକୁ ଆୟତ କରାଯାଇଥିବା ବେଳେ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଏପଟେ କ୍ଷତିଗ୍ରସ୍ତ ଘର ମାଲିକମାନେ ହେଉଛନ୍ତି ତ୍ରିନାଥ ଯାନୀ, ଶଙ୍କର ଯାନୀ ଓ କୃଷ୍ଣ ଯାନୀ। ତେବେ ଏଯାଏ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନାହିଁ ।