ଝିମିଟି ଖେଳରୁ ମହାଭାରତ, କୁକୁଡ଼ା ଚୋରି ଘଟଣାକୁ ନେଇ ଏସିଡ଼ ମାଡରେ ତିନିଜଣ ଆହତ
ଆହତ ଓ ଗୁରୁତରଙ୍କୁ ପ୍ରଥମରେ ବଙ୍ଗୋମୁଣ୍ଡା ଡାକ୍ତର ଖାନା ଓ ପରେ ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବଙ୍ଗୋମୁଣ୍ଡା ପୋଲିସ ।
ବଲାଙ୍ଗିର(କେନ୍ୟୁଜ୍): ଝିମିଟି ଖେଳରୁ ମହାଭାରତ। କୁକୁଡ଼ା ଚୋରିକୁ ନେଇ ଏସିଡ଼ ମାଡ। ଵଲାଙ୍ଗିର ବଙ୍ଗୋମୁଣ୍ଡାର ସାହୁପଡାରେ ଘଟିଛି ଏପରି ଘଟଣା । କୁକୁଡ଼ା ଚୋରିକୁ ନେଇ ଏସିଡ଼ ମାଡରେ ତିନିଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆହତ ମାନେ ହେଲେ ବଙ୍ଗୋମୁଣ୍ଡ ସାହୁପଡ଼ାର ଖଗ ସାହୁ, ଜଗବନ୍ଧୁ ସାହୁ, ସଞ୍ଜୁ ସାହୁ । ଏହି ଏସିଡ଼ ମାଡରେ ସୁବାଷ ସାହୁ ଗୁରୁତର ହୋଇଥିବା ଜଣା ପଡ଼ିଛି । ତାଙ୍କ ମୁହଁରେ ଏସିଡ଼ ମାଡ ହୋଇଥିବାରୁ ଗୁରୁତ୍ତର ହୋଇଛନ୍ତି ।
କୁକୁଡ଼ା ଚୋରିକୁ ନେଇ ନେପାଳ ସାହୁ ଓ ସୁବାସ ସାହୁଙ୍କ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି । ନେପାଳଙ୍କ କୁକୁଡ଼ା ସୁବାସ ସାହୁଙ୍କ ପରିବାର ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ବିବାଦ ଦେଖାଦେଇଥିଲା । ଆଉ ଶେଷରେ ଏସିଡ଼ ମାଡ ପର୍ଯ୍ୟନ୍ତ କଥା ଯାଇଛି । ଆହତ ଓ ଗୁରୁତରଙ୍କୁ ପ୍ରଥମରେ ବଙ୍ଗୋମୁଣ୍ଡା ଡାକ୍ତର ଖାନା ଓ ପରେ ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବଙ୍ଗୋମୁଣ୍ଡା ପୋଲିସ । ତୁଳସୀ ସାହୁ ଓ ତାର ପୁଅ ନେପାଳ ସାହୁଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି ।