କେନ୍ଦୁଝର: ଲୁହା ପଥର ଚୋରା ଚାଲାଣବେଳେ ୩ମାଫିଆଙ୍କୁ ଗିରଫ କଲେ ଚମ୍ପୁଆ ବନାଞ୍ଚଳ ଅଧିକାରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ଖଣିଜ ପଥର ଚୋରା ଚାଲାଣ ବୃଦ୍ଧି ପାଉଥିବାବେଳେ , ଆଜି ପୁଣି ଚମ୍ପୁଆ ବନାଞ୍ଚଳ ଅଧିକାରୀଙ୍କ ହାତରେ ୩ ଖଣି ମାଫିଆ । ସେମାନଙ୍କ ମଧ୍ୟରେ ଜଣେ ଝାଡ଼ଖଣ୍ଡର, ଜଣେ ପଶ୍ଚିମବଙ୍ଗର, ହୋଇଥିବା ବେଳେ ଜଣେ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି । ଏମାନେ ସବୁ ଏକ ଚଉଦ ଚକିଆ ଟ୍ରକରେ ଚୋରା ଲୁହ ପଥର ନେଇଯାଉଥିବା ବେଳେ ବାମେବାରୀ ଥାନା ଅନ୍ତର୍ଗତ ମାଲଦା ନିକଟରୁ ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ଟ୍ରକଟିକୁ କାବୁ କରିଥିଲେ ।

ଏହାପରେ ଆଜି ୩ ଖଣି ମାଫିଆଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେହିପରି ଗତ ୧୯ତାରିଖରେ ମଧ୍ୟ ଅନୁରୂପ ଭାବେ ଗୋଟିଏ ଚୋରା ଲୁହା ପଥର ବୋଝେଇ ଡମ୍ପରକୁ ଜଙ୍ଗଲ ବିଭାଗ ଜବତ କରିବା ସହ ୨ଜଣଙ୍କୁ କୋର୍ଟ ଚାଲାଣ କରିଥିଲେ ।

Leave A Reply

Your email address will not be published.