ଭୁବନେଶ୍ୱର: ଆଚାର୍ଯ୍ୟ ବିହାର ଲେନ-୪ଡ୍ରେନରେ ଭାସିଗଲେ ୩ ଯୁବକ, ସିସିଟିଭିରେ କଏଦ ହେଲା ଦୃଶ୍ୟ
ଭୁବନେଶ୍ବର: ଡ୍ରେନରେ ଭାସିଗଲେ ୩ ଯୁବକ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଆଚାଯ୍ୟବିହାର ଲେନ-୪ରେ ଥିବା ଏକ ଡ୍ରେନରେ ୩ ଜଣ ଯୁବକ ଭାସିଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ଓ ସନ୍ଧାନ ମିଳିପାରିନାହିଁ । ଗତକାଲି ରାତି ୧୨ଟା ୪୫ ମିନିଟ୍ରେ ଏଭଳି ଘଟଣା ଘଟିଛି । ଗତକାଲି ରାଜଧାନୀରେ ବର୍ଷା ଫଳରେ ଆଚାଯ୍ୟର୍ବିହାର ଅଞ୍ଚଳ ପାଣିରେ ବୁଡି ଯାଇଥିଲା। ବାଇକ୍ରେ ଆସୁଥିବା ୩ ଯୁବକ ପାଣି ସୁଅରେ ଡ୍ରେନକୁ ଭାସିଯାଇଥିଲେ । ଖବର ପାଇଁ ସହିଦନଗର ଥାନା ପୋଲିସ ତନାଘନା କରୁଛି ।