ମାଡ଼ ଭୟରେ ଆଶ୍ରମରୁ ନିଖୋଜ ଥିଲେ ୩ ଛାତ୍ର : ଭୋକ ମେଣ୍ଟାଇବାକୁ ଦୋକାନରୁ କରିଥିଲେ ଚୋରି

ଆଶ୍ରମରେ ପିଲାମାନଙ୍କୁ ଅନେକ ସମୟରେ ମାନସିକ ଶାରୀରିକ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ଆସୁଥିବା ବେଳେ ଗତ ଶୁକ୍ରବାର ରାତିରେ ଆଶ୍ରମରେ ପଢ଼ୁଥିବା ତିନି ଜଣ ଛାତ୍ରଙ୍କୁ ଘର ସଫା କରିବା ପାଇଁ କହି ମାଡ଼ ମାରିବାରୁ ସେମାନେ ଲୁଚି ପଳେଇଆସିଥିଲେ।

ସୋର (କେନ୍ୟୁଜ): ଆଶ୍ରମରୁ ନିଖୋଜ ତିନି ନାବାଳକ ତିନି ଦିନ ପରେ ଉଦ୍ଧାର। ସୋର ଥାନା ଖରସାହାପୁର ଆଳଦା ସେବା ଆଶ୍ରମରୁ ତିନି ନାବାଳକ ଗତ ୩ ଦିନ ତଳେ ନିଖୋଜ ହେଇଥିଲେ । ଉଦ୍ଧାର ନାବାଳକମାନଙ୍କୁ ସେବା ଆଶ୍ରମ ମଲିକଙ୍କ ଘର କାମ ନକରିବାରୁ ମାଡ଼ ଖାଇ ଭୟରେ ଲୁଚି ପଳlଇ ଆସିଥିବା କହିଛନ୍ତି । ଏହି ଆଶ୍ରମରେ ପିଲାମାନଙ୍କୁ ଅନେକ ସମୟରେ ମାନସିକ ଶାରୀରିକ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ଆସୁଥିବା ବେଳେ ଗତ ଶୁକ୍ରବାର ରାତିରେ ଆଶ୍ରମରେ ପଢ଼ୁଥିବା ତିନି ଜଣ ଛାତ୍ରଙ୍କୁ ଘର ସଫା କରିବା ପାଇଁ କହି ମାଡ଼ ମାରିବାରୁ ସେମାନେ ଲୁଚି ପଳେଇଆସିଥିଲେ। ପରେ ଛାତ୍ରମାନେ ଭୋକ ବିକଳରେ ଗୋଟିଏ ଦୋକାନରୁ ଲୁଚାଇ ବିସ୍କୁଟ ଓ ଚକଲେଟ ଖାଇ ବିଲରେ ଶୋଇ ରାତି କଟାଇଥିଲେ।

ଆଜି ଦିନ ୧୨ ବେଳେ ୧୬ ନଂ ଜାତୀୟ ରାଜପଥ ନାୟକ ବନ୍ଧ ଅତିକ୍ରମ କରିବା ବେଳେ ସ୍ଥାନୀୟ ଲୋକେ ସନ୍ଦେହ କରି ଅଟକାଇ ନାବାଳକମାନଙ୍କୁ ପଚାରିବାରୁ ସମସ୍ତ ଘଟଣା ପ୍ରକାଶ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ପିଲାମାନଙ୍କୁ ଥାନାକୁ ନେବା ସହିତ ଘଟଣାର ତଦନ୍ତ କରୁଛନ୍ତି। ତେବେ ଉକ୍ତ ଆଶ୍ରମରୁ ଗତ କିଛି ମାସ ତଳେ ପାଚେରୀ ଦେଇ ଜଣେ ଛାତ୍ର ଚାଲିଚାଲି ଯାଉଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଗୋପାଳପୁର ବଜାରରୁ ଉଦ୍ଧାର କରିଥିଲେ। ଉକ୍ତ ଆଶ୍ରମ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ୩ ନାବାଳକଙ୍କୁ ପୋଲିସ ଉଦ୍ଧାର କରି ଚୋରୀ ସାମଗ୍ରୀ ଜବତ କରି ନେଇ ଯାଇଛି । ଉଦ୍ଧାର ଶିଶୁ ମାନଙ୍କର ପରିଚୟ ମିଳିଛି ସେମାନେ ହେଲେ ଓଉପଦା ଗଜାଆମ୍ବ ଗ୍ରାମର ମୁନା ସିଂ, ମର୍କୋଣl ମହିଷlପଟାର ବାଦଲ ମୁଣ୍ଡା ଓ ବାହାନଗା ବେଣାପଦାର ଜାଗା ସିଂ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.