ରାଜ୍ୟର ୧୪ ଜିଲ୍ଲାକୁ ମାଡିଲା କରୋନା, ୧୨୨ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଆଉ ୩ ଆକ୍ରାନ୍ତ। ୩ ନୂଆ ଜିଲ୍ଲାରୁ ୩ଜଣ ଆକ୍ରାନ୍ତ । ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରରୁ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ବର୍ତ୍ତମାନ ରାଜ୍ୟରେ ୮୩ଜଣ ଚିକିତ୍ସାଧୀନ ଅଛନ୍ତି। ଆଜି ସକାଳେ ଭୁବନେଶ୍ୱରରୁ ଜଣେ ପଜିଟିଭ୍‌ ଚିହ୍ନଟ ହଇଥିଲେ। ଏହାକୁ ମିଶାଇ ଆଜି ଗୋଟିଏ ଦିନରେ ୪ଜଣ ଆକ୍ରାନ୍ତ ବାହାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.