କେନ୍ଦ୍ରୀୟ ଡେପୁଟେସନ୍ରେ ଯିବେ ରାଜ୍ୟର ଆଉ ତିନି ଓଡିଶା କ୍ୟାଡ଼ରର ଆଇପିଏସ ଅଧିକାରୀ
ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନ୍ରେ ଯିବେ ରାଜ୍ୟର ଆଉ ତିନି ଓଡିଶା କ୍ୟାଡ଼ରର ଆଇପିଏସ ଅଧିକାରୀ । ଏହି ତିନି ଆଇପିଏସ ଅଧିକାରୀ ହେଉଛନ୍ତି ଅସିତ୍ କୁମାର ପାଣିଗ୍ରାହୀ, ଅମିତାଭ୍ ଠାକୁର ଓ ରାଜେଶ କୁମାର । ୧୯୯୭ ବ୍ୟାଚର ଆଇପିଏସ ଅସିତ କୁମାର ପାଣିଗ୍ରାହୀ, ୧୯୯୮ ବ୍ୟାଚର ଆଇପିଏସ ଅମିତାଭ ଠାକୁର ଓ ୧୯୯୮ ବ୍ୟାଚର ଆଇପିଏସ ରାଜେଶ କୁମାର କେନ୍ଦ୍ରକୁ ଗଲେ ଆଇଜି ରାଙ୍କରେ ଅବସ୍ଥାପିତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି । ଗତ ଅକ୍ଟୋବର ୧୧ ତାରିଖରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ସେମାନଙ୍କ ତଥ୍ୟ ରାଜ୍ୟକୁ ମାଗିଥିଲେ । ଏହି ତିନି ଅଧିକାରୀଙ୍କ ନାମରେ ରାଜ୍ୟରେ କୌଣସି ଅପରାଧିକ ମାମଲା, ମାନବିକ ଅଧିକାର ସମ୍ପର୍କୀତ ମାମଲା ଓ ଭିଜିଲାନ୍ସ ମାମଲା ନ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରାଯାଇଛି ।